କେସିଙ୍ଗା : (ପ୍ରୀତେଶ ପଟେଲ)ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଆଜି ସତ୍ୟ ର ସ୍ୱର ( ସାମାଜିକ ଗଣମାଧ୍ୟମ ) କେସିଙ୍ଗା ଟିମ୍ ତରଫରୁ ଏକ ବୃକ୍ଷରୋପଣ କାର୍ଯକ୍ରମ କେସିଙ୍ଗା ୱାର୍ଡ ନମ୍ବର ୧ ସ୍ଥିତ ବାଗଡ ଗୌରୀ ଶଙ୍କର ମନ୍ଦିର ପରିସର ରେ ଅନୁଷ୍ଠିତ ହେଇଥିଲା । ଏଥିରେ ଅତିଥି ଭାବରେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃପରାଜ ଯାଦବ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସତ୍ୟ ର ସ୍ୱର ଟିମ୍ ରୁ ଅନିଲ କୁମାର ନାଗ, ଟିକେରାମ ତାଣ୍ଡି, ପରମା କରୁଆଁ, ଜ୍ୟୋତିରଂଜନ ମହାରଣା, ମହେଶ୍ୱର ନାଏକ, ସଂଗ୍ରାମ କେଶରୀ ଦେଓ ପ୍ରମୁଖ ଉପସ୍ଥିତ ଥିଲେ। ବୃକ୍ଷରୋପଣ କାର୍ଯକ୍ରମ ରେ ସତମନ ଘିଭେଲା ସହଯୋଗ କରିଥିଲେ । ଆଗାମୀ ଦିନରେ ସତ୍ୟ ର ସ୍ୱର ଟିମ୍ ତତଫରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିଯିବା ବୋଲି ସୂଚନା ଦିଆଯାଇଛି ।