
କେସିଙ୍ଗା: (ପ୍ରୀତେଶ ପଟେଲ)ଆଜି ସାରା ଭାରତ ବର୍ଷ ରେ ସମସ୍ତେ ଅପେକ୍ଷା କରନ୍ତି ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ମୋଦୀଜି ଙ୍କ” ମନ କି ବାତ ” କାର୍ଯ୍ୟକ୍ରମ ର କହିକି ନା ଏହି କାର୍ଯ୍ୟକ୍ରମରେ ମୋଦିଜୀ ଭାରତ ବର୍ଷର ବିଭିନ୍ନ ଆଞ୍ଚଳିକ ବିଶେଷତଃ ବିଷୟ ରେ ବର୍ଣ୍ଣନା କରାଇଥାନ୍ତି |
ଆଜି ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଜେପି ପାର୍ଟି ତରଫରୁ ୧୨୩ତମ ” ମନ କି ବାତ ” କାର୍ଯ୍ୟକ୍ରମ ତିନୋଟି ସ୍ଥାନରେ ଆୟୋଜିତ ହୋଇଥିଲା | ଆଜି ର ଏହି କାର୍ଯ୍ୟକ୍ରମରେ ମୋଦିଜୀ ବିଶେଷ ଧ୍ୟାନ ଆକର୍ଷଣ କରିଥିଲେ ଲୋକାଲ ଫର ଫୋକାଲ, ନାରୀ ସଶକ୍ତିକରଣ, ସ୍ଵସ୍ଥା, ୧୯୭୫ ର ଭାରତୀୟ ଜରୁରୀକାଳୀନ ପରିସ୍ଥିତି,ବୌଦ୍ଧ ଧର୍ମ ଓ ଖେଳ ବିଷୟରେ |
ଭାରତ ରୁ ଭିଏତନାମ କୁ ପଠାଗଲା ଭଗବାନ ବୌଦ୍ଧ ଙ୍କ ସ୍ମୃତି ବିଶେଷ | ଭିଏତନାମ ବାସୀ ୧୦ ଦିନ ଧରି ଏହି ସମୟ କୁ ପର୍ବ ରୂପେ ପାଳନ କରିଥିଲେ, ବଡ଼ୋଲେନ ଆସାମ ପ୍ରଦେଶ ର ଗୋଟିଏ ଛୋଟ ଜାଗାଟିଏ କିନ୍ତୁ ଭଲ ଫୁଟବଲ ଖେଳାଳି ତିଆରି ରୂପେ ପରିଚିତ, ମେଘାଳୟ ର ଏରି ସିଲ୍କ ଶାଢ଼ି ର ବିଶେଷତ୍ବ ବିଷୟ ରେ ବର୍ଣ୍ଣନା କରାଇଥିଲେ, ଆନ୍ଧ୍ର ପ୍ରଦେଶ ର ଭଦ୍ରଚଳମ ଯେଉଁଠି ନାରୀ ଙ୍କ ଦ୍ଵାରା ତିଆରି ହୁଏ ଖାଇବା ବିସ୍କୁଟ ଓ ନାରୀ ଙ୍କ ପାଇଁ ସାନିଟାରୀ ପେଡ |
ଏହି କାର୍ଯ୍ୟକ୍ରମ ଭାରତୀୟ ଜନତା ପାର୍ଟିର ସଭାପତି ପିଙ୍କୁ ପରିଡା ଙ୍କ ନେତୃତ୍ଵରେ କରାଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ପୂର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ, ଜିଲ୍ଲା ସହଯୋଗୀ ସନ୍ତୋଷ ଦାଶ, ଉପସଭାପତି ପ୍ରୀତେଶ ପଟେଲ, ଚ୍ଛେଲା ଉଦ୍ଭବ ସାହା ,ସାଧାରଣ ସମ୍ପାଦକ ଯୁଗଳ ଦୀପ, ସୁନୀଲ ଜୈନ, କମଳାକାନ୍ତ ସାହୁ ଓ ସଦସ୍ୟ ଗଣ |