ପୁରୀ: (ମନୋଜ କୁମାର ବଳିଆରସିଂ)ପୁରୀ ଯୁବ ଆଇନଜୀବୀ ଫୋରମ କର୍ମକର୍ତ୍ତା ଙ୍କ ତରଫରୁ ଏତଲା ,ଗତ ତା ୨୭.୬.୨୫ରିଖ ଦିନ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡରେ ପ୍ରଶାସନିକ ଅବ୍ୟବସ୍ଥା କାରଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ହାଥ ଗୋଡ଼ ଭାଙ୍ଗିବା ସହିତ ଅଚେତ ଅବସ୍ଥାରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟାଶୟୀ ହେବା ସହିତ ଭୁବନେଶ୍ୱର ମେଡିକାଲ କୁ ସ୍ଥାନାନ୍ତର ହେଲେ ଏବଂ ତନ୍ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହେଲା ଓ ତା୨୯.୬.୨୫ରିଖ ଭୋର ୪.୨୦ଘଟିକା ସମୟରେ ମହାପ୍ରଭୁଙ୍କ ରଥ ସମୁଖରେ ଓ ଶ୍ରୀ ଗୁଣ୍ଡିଚା ମନ୍ଦିର ସମୁଖରେ ପ୍ରଶାସନିକ ବ୍ୟବସ୍ଥାର ଅଭାବରୁ ଦୁଇଜଣ ମହିଳା ଓ ଜଣେ ପୁରୁଷ ସମେତ ତିନିଜଣ ପ୍ରାଣ ହରେଇଲେ ଏବଂ ଅନେକ ଲୋକ ଆହତ ହୋଇ ମେଡ଼ିକାଲ ରେ ଚିକିତ୍ସାଧୀନ ଅଛନ୍ତି।

ଏହା ଏକ ପ୍ରସାସନିକ ଅବହେଳା ଜନିତ ମୃତ୍ୟୁ ହୋଇଥିବାରୁ ଏଥି ନିମନ୍ତେ ମନ୍ତ୍ରୀ ସ୍ତରୀୟ ଦାଇତ୍ଵ ରେ ଥିବା ଅଧକ୍ଷା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମହୋଦେୟା ଉକ୍ତ ମୃତ୍ୟୁ ପାଇଁ ପ୍ରତକ୍ଷ ଭାବରେ ସଂଶ୍ଳିଷ୍ଟ ଅଛନ୍ତି।ଏହାଏକ ପ୍ରଶାସନିକ ହତ୍ୟାକାଣ୍ଡ ଅଟେ ।ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଏହି ହତ୍ଯା କାଣ୍ଡରେ ସଂଶ୍ଳିଷ୍ଟ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିବା ପାଇଁ ଦାବି କରାଯାଇଛି।