ଯୋଡ଼ା:  (ମନୋଜ ସାହୁ ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ କାର୍ଯ୍ୟାଳୟର ସଭାଗୃହ ରେ ଶିଶୁଙ୍କ ବୌଦ୍ଧିକ ଓ ଦକ୍ଷତା ବିକାଶ ନିମନ୍ତେ କଳିଙ୍ଗ କୁସୁମ୍ ଫାଉଣ୍ଡେସନ ତରଫରୁ ଏକ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଡ଼ା ବ୍ଳକର ୩୦ଟି ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ଓ ସହାୟକଙ୍କ ସହ କିଛି ଶିଶୁଙ୍କ ଅଭିଭାବକ ଅଂଶଗ୍ରହଣ କରି ନିଜ ପିଲାଙ୍କ ଭଲ ମନ୍ଦ କାର୍ଯ୍ୟକଳାପ ଉପରେ ମତ ଦେଇଥିଲେ ।

ମାମାନେ ପିଲାଙ୍କ ପାଠ ପଢା ସହିତ ମୋବାଇଲ ପ୍ରତି ପିଲାଙ୍କ ଦୁର୍ବଳତାକୁ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନ କରୁଥିବା ଟ୍ରେନର ବିରୁପାକ୍ଷ ଦୀକ୍ଷିତ ପିଲାଙ୍କ ଦକ୍ଷତା ବିକାଶ, ବିଭିନ୍ନ ପ୍ରକାର ଶିକ୍ଷା ପ୍ରଣାଳୀ,କେନ୍ଦ୍ରରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଦାନ କେମିତି ହୋଇପାରିବ ତାହା ଅବିଭାବକ ଏବଂ ଅଙ୍ଗନୱାଡ଼ି ୱାର୍କର ଙ୍କୁ ଅବଗତ କରାଇଛନ୍ତି।

ଆଜିର କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଡେନିସ୍ ବେହେରା ବିଡ଼ିଓ ଯୋଡ଼ା, କାହୁଁ ଚରଣ ମାଝି ଜିପିଓ,ଜିନ୍ଦଲ ସାଉଥ୍ ୱେଷ୍ଟ ଫାଉଣ୍ଡେସନ ବଡବିଲ ମୂଖ୍ୟ ଶ୍ରୀ ସବାଲ ଝା, ମ୍ୟାନେଜର ଶ୍ରୀ ପାର୍ଥ ବେହୁରାକେ କେ ଏଫ୍ ପ୍ରକଳ୍ପର ପ୍ରକଳ୍ପ ସଂଯୋଜକ ଶ୍ରୀ ସୁଧାଂସୁ ନାୟକ , ଭୁବନେଶ୍ଵରୀ ପାତ୍ର, ମୀନା ନାଏକ ମଞ୍ଚାସିନ ଥିଲେ।କ୍ଷେତ୍ର ସଂଯୋଜକ ଗାୟତ୍ରୀ ନାୟକ, ଦିପ୍ତିରେଖା ସିଂହ, ସଂକଳ୍ପ ପଟେଲ ଓ ସ୍ମୃତିମୟୀ ଦେଓ ସଂଯୋଜନା କରିଥିଲେ।ସୂଚନା ଥାଉ କି ଜିନ୍ଦଲ ସାଉଥ୍ ୱେଷ୍ଟ ଫାଉଣ୍ଡେସନ ଓ କଳିଙ୍ଗ କୁସୁମ ଫାଉଣ୍ଡେସନ ର ମିଳିତ ପ୍ରୟାସ ରେ ଯୋଡା ବ୍ଲକ ଅଧିନସ୍ଥ ୩୦ ଟି ଅଙ୍ଗନୱାଡି କେନ୍ଦ୍ର କୁ ଆଇ ଏସ ଓ ସାଟିଫାଏଡ କରିବାକୁ ଜାନୁଆରୀ ୨୦୨୪ ରୁ ଏହି ଇ ସି ସି ଇ ପ୍ରୋଜେକ୍ଟ ଚାଲୁ ଅଛି।