ଅମହଦାବାଦ୍ – ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ବଗିରେ ଲାଗିଲା ନିଆ 

କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ରେ ଏକ ବଡ଼ ଅଘଟଣ ଘଟିଛି । ସୂଚନା ମୁତାବକ ଟ୍ରେନ ନଂ – ୧୨୮୪୪ ଅମହଦାବାଦ୍ ରୁ ପୁରୀ କୁ ଯାଉଥିବା ସୁପର ଫାଷ୍ଟ ଏକ୍ସପ୍ରେସ ପାଖା ପାଖି ନିଜ ନିର୍ଦ୍ଧାରିତ ସମୟ ରେ କେସିଙ୍ଗା ରେଳ ଷ୍ଟେସନ ରେ ଆସି ପହଞ୍ଚି ଥିଲା । କିନ୍ତୁ ଟ୍ରେନ ପହଞ୍ଚିବା ର କିଛି କ୍ଷଣ ମଧ୍ୟରେ ଟ୍ରେନ ର ମଧ୍ୟ ଭାଗରେ ଥିବା ଏସ୍ -୧ କୋଚ୍ ରେ ହଠାତ୍ ନିଆ ଲାଗିଯାଇଥିଲା ।

ନିଆ ଲାଗିବା ଜାଣିପାରି ଟ୍ରେନ ଏବଂ ଷ୍ଟେସନ ର ଯାତ୍ରୀ ମାନେ ଭୟରେ ଟ୍ରେନ ରୁ ପଳାୟନ କଲେ । ଉକ୍ତ ବିଷୟରେ ଖବର ପାଇ କେସିଙ୍ଗା ରେଳ ଷ୍ଟେସନ ମ୍ୟାନେଜର ଶ୍ରୀ ପ୍ରଶାନ୍ତ ଭୋଇ ଆରପିଏଫ ଙ୍କ ସହାୟତାରେ ନିଆ କୁ କାବୁରେ ଆଣିବାରେ ସକ୍ଷମ ହୋଇଥିଲେ ଏବଂ ହଜାର ହଜାର ଯାତ୍ରୀ ଅଳ୍ପକେ ବର୍ଟିଯାଇଥିଲେ ।

ପରେ ଟ୍ରେନ ଟି ୪୦ ମିନିଟ ବିଳମ୍ବରେ ପୁଣି ସ୍ଵାଭାବିକ ରୂପେ ନିଜ ଗନ୍ତବ୍ୟସ୍ଥଳୀ ପୁରୀ ପଟେ ଯାତ୍ରା ଆରମ୍ଭ କରିଥିଲା । ଟ୍ରେନ ଟିରେ ହଠାତ୍ କେମିତି ନିଆ ଲାଗିଲା ବର୍ତ୍ତମାନ ସୁଦ୍ଧା କିଛି ଜଣାପଡ଼ିଥିବା ବେଳେ ତାହାର ତଦନ୍ତ ଜରି ରହିଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।