
ନବରଙ୍ଗପୁର:୨୫/୦୬ ନବରଙ୍ଗପୁର ରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଓ ବଢୁଥିବା ମହିଳା ନିର୍ଯାତନା ବିରୁଦ୍ଧରେ ନବରଙ୍ଗପୁର ମହାବିଦ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ କରାଯାଇଛି !
ଏହି ପ୍ରତିବାଦ ସଭାରେ ବିଜେଡି ର ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ, ନବରଙ୍ଗପୁର ର ପୂର୍ବତନ ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ଯୁବନେତା ତାପସ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଅରୁଣ ମିଶ୍ର, ସମେତ ବିଜେଡି ର ଶ୍ରୀ ଦୟାନିଧି ବିଶୋଇ, ସୁମିତ ପୂଜାରୀ,ସିମାଞ୍ଚଳ ପାଢ଼ୀ, ନନ୍ଦ ନାୟକ, ସଦନ ଗୌଡ଼ ସମେତ, ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତୀ କୌଶଲ୍ୟା ପ୍ରଧାନୀ, ଶ୍ରୀମତୀ ମଞ୍ଜୁଳା ମାଝୀ ସମେତ ବହୁ ମହିଳା କର୍ମୀ ଏବଂ ଯୁବ ବିଜେଡି ଛତ୍ର ଉପସ୍ଥିତ ରହି ଟାଏର ଜାଳି ରାସ୍ତା ଅବରୋଧ କରିବା ସହ ଡବଲ ଇଞ୍ଜିନ ସରକାର ଉପରେ ବାର୍ଷିଥିଲେ !