ବୌଦ୍ଧ:-( ଚିତ୍ତରଞ୍ଜନ ସିଂହ )ତଅଁଳା ଗଉଡ଼ ଜମିପଟାକୁ କନ୍ଧଗଉଡ଼ ଆଦିବାସୀ ପ୍ରମାଣ ପତ୍ର ଦେବା ନିମନ୍ତେ କନ୍ଧଗଉଡ଼ ସମାଜ ମହିଳା ସଶକ୍ତି ସେବା ସମିତି ବୌଦ୍ଧ ପକ୍ଷରୁ ଚାରିଛକ ହାଟ ଗୃହ ରେ ଏକ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି ।

ଏହି ସମାବେଶ ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ସଂମ୍ମାନୀ ଅତିଥି ଭାବେ ହରଭଙ୍ଗା ତହସିଲଦାର ବଳଦେବ ବେହେରା , ଆଇନଜୀବୀ କଳ୍ପନା ନାୟକ,ଆଇନଜୀବୀ ଅମୀୟ ରଞ୍ଜନ ନାୟକ ,ଆଇନଜୀବୀ ସତ୍ୟନାରାୟଣ ବେହେରା , ନୟାଗଡ ସମାଜ ସଭାପତି ରେବତୀ ବେହେରା ଓ ବୌଦ୍ଧ ସଭାପତି ଚନ୍ଦ୍ରିକା ପ୍ରଧାନ ଙ୍କ ସମେତ ବୌଦ୍ଧ ନୟାଗଡ଼ କନ୍ଧମାଳ ଗଂଜାମ ଜିଲ୍ଲାର ଅନେକ କନ୍ଧଗଉଡ଼ ସମାଜର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ । ବୌଦ୍ଧ ବିଧାୟକଙ୍କ ନିକଟରେ ବୌଦ୍ଧ ଜିଲ୍ଲା ଆଦିବାସୀ କନ୍ଧ ଗଉଡ଼ ସମାଜ ସେବା ସମିତି ପକ୍ଷରୁ ବୌଦ୍ଧ ଜିଲ୍ଲାରେ ବାସ କରୁଥିବା ଆଦିବାସୀ କନ୍ଧ ଗଉଡ଼ ସମ୍ପ୍ରଦାୟ ଜାତି ରେ ତ୍ରୁଟି ରହିଥିବା ଆପତ୍ତି ଅଭିଯୋଗ କରାଯାଇଥିଲା ।

କନ୍ଧ ଗଉଡ଼ ର ଅନ୍ୟ ନାମ ତଅଁଳା ଗଉଡ଼ ରେ ପ୍ରମାଣିତ ହୋଇ ଜାତି ସମାଜ ରେ ପ୍ରଚଳିତ ହୋଇ ଆସୁଥିଲା l ତେଣୁ ତଅଁଳା ଗଉଡ଼ ଓ କନ୍ଧ ଗଉଡ଼ ନାମକୁ ଯାଞ୍ଜ କରି ତୁରନ୍ତ ତଦନ୍ତ କରି ତଅଁଳା ଗଉଡ଼ ଜମିପଟା ଦ୍ୱାରା ଆଦିବାସୀ କନ୍ଧଗଉଡ଼ ପ୍ରମାଣ ପତ୍ର ସାର୍ଟିଫିକେଟ ପ୍ରଦାନ କରାଯିବାକୁ ଦାବି କରିଛି ସମିତି । ଏହା ହେବା ଦ୍ଵାରା ପିଲାମାନେ ଉଚ୍ଚ ଶିକ୍ଷା ଗ୍ରହଣ କରିବା ସହଯୋଗ ମିଳିବ ବୋଲି ସଂଘର କର୍ମକର୍ତ୍ତା କହିଛନ୍ତି ।