ରାୟଗଡା :୨୨/୬(ଅଞ୍ଜନ କୁମାର ନାଏକ)ରାୟଗଡା ସ୍ଥିତ ମାଁ ମଝିଘରିଆଣି ମନ୍ଦିର ନିକଟ ରେ ଏକ ବିରାଟ ଦୁର୍ଘଟଣା ରେ ଦୁଇ ଗାଡି ହୁତୁ ହୁତୁ ହୋଇ ଜଳି ଯାଇଥିବା ଦେଖିବାକୁ ମିଳିଥିଲା। ଘଟଣାଟି ମାଁ ମଝିଘରିଆଣି ମନ୍ଦିର ନିକଟ ରେଳ ବ୍ରିଜ ଝଞ୍ଜାବତୀ ପୋଲ ଉପରେ ଏକ କୋଇଲା ବୋଝେଇ ଟ୍ରକ ସହ ଏକ ପିକପ ଭ୍ୟାନ ଧକ୍କା ହବା ଫଳରେ ଦୁଇଟି ଗାଡି ହୁତୁ ହୁତୁ ହୋଇ ଜଳିଯାଇ ଥିବା ବେଳେ ଦୁଇଟି ଗାଡିର ଡ୍ରାଇଭରଙ୍କ କିଛି ହୋଇନଥିବା ବେଳେ ମେକ୍ସ-ପିକଅପ ଗାଡିର ହେଲ୍ପର ସାମାନ୍ୟ ଆହତ ହୋଇଛନ୍ତି ।

ଘଟଣାରୁ ପ୍ରକାଶ ମେକ୍ସ-ପିକଅପ ଗାଡିର ମରାମତି କରିବା ପାଇଁ ଅତଡା ଗ୍ରାମରୁ ରାୟଗଡା ଆସୁଥିବା ସମୟରେ ଆନ୍ଧ୍ର ପଟୁ ଆସୁଥିବା କୋଇଲା ବୋଝେଇ ୧୬ ଚକିଆ ଟ୍ରକଟି ମଝିଘରିଆଣି ମନ୍ଦିର ନିକଟ ଝଞ୍ଜାବତୀ ନଦୀ ପୋଲ ଉପରେ ମେକ୍ସ-ପିକଅପ ଗାଡିର ପଛପଟୁ ଧକ୍କା ଦେଇଥିଲା । ଯାହାରି ଫଳରେ ମେକ୍ସ-ପିକଅପ ଗାଡି ସହ କୋଇଲା ବୋଝେଇ ଟ୍ରକଟି ସମ୍ପୂର୍ଣ ପୋଡି ଯାଇଥିବା ବେଳେ ଦୁଇଟି ଗାଡିର ଡ୍ରାଇଭର ଗାଡିରୁ ଡେଇଁ ପଡିବାରୁ ସେମାନେ ବଞ୍ଚି ଯାଇଥିବା ବେଳେ ମେକ୍ସ-ପିକଅପ ଗାଡିର ହେଲ୍ପର ସାମାନ୍ୟ ଆହତ ହୋଇଛନ୍ତି ।

ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ରାୟଗଡା- ଆନ୍ଧ୍ର ଯୋଗାଯୋଗ ବନ୍ଦ ରହିଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ଵରେ ବହୁ ଗାଡି ଅଟକି ରହିଛି।ଘଟଣାରେ ଟ୍ରକ ଟି ସିଜି ଏଲ ୧୩ ବିଶି ୯୫୦୦ ଓ ପିକପ ଭ୍ୟାନ ଏପି ୩୯ ୟୁଜି ୫୭୨୪ ଗାଡି ନମ୍ବର ବୋଲି ଜଣା ପଡିଛି। ଅନ୍ୟ ପକ୍ଷରେ ରାୟଗଡା ଏବଂ ଆନ୍ଧ୍ରକୁ ଯାତାୟାତ ବନ୍ଦ ହୋଇଥିବା ଜଣାପଡୁଛି ।