ପୁରୀ : (ମନୋଜ କୁମାର ବଳିଆରସିଂ )ସାମନ୍ତ ଚନ୍ଦ୍ରଶେଖର ସ୍ଵୟଶାସିତ ମହାବିଦ୍ୟାଳୟ ପରିସର ରେ ସିଦ୍ଧାନ୍ତ ଦର୍ପଣ ହଲ୍ ରେ ଆଲୁମୀନ ଆସୋସିଏସନ୍ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l

ଏହି ସମ୍ମିଳନୀ ଉଦ୍ଦେଶ୍ୟ ଥିଲା କି ମାନ୍ୟବର ଜିଲ୍ଲାପାଳ ଜିଲ୍ଲା ପ୍ରଶାସନ ମାଧ୍ୟମ ରେ ମହାବିଦ୍ୟାଳୟ ପରିସର ରେ ପଲ୍ଲୀଶ୍ରୀ ମେଳା କରିବା ପାଇଁ ନିଷ୍ପତ୍ତି ନେଇଥିଲେ ତା ବିରୋଧ ରେ ଆମେ ଜିଲ୍ଲାପାଳ ମହୋଦୟ ଙ୍କୁ ଦେଖା ହୋଇଥିଲୁ ଏବଂ ଦୃଢ଼ ପ୍ରତିବାଦ କରିବା ସହିତ ମହାବିଦ୍ୟାଳୟ ପରିସର ରୁ ପଲ୍ଲୀଶ୍ରୀ ମେଳା କୁ ସ୍ଥାନାନ୍ତର କରିବା ପାଇଁ ନିବେଦନ କରିଥିଲୁ ଯାହା ଦ୍ଵାରା ମାନ୍ୟବର ଜିଲ୍ଲାପାଳ ମହାବିଦୟାଳୟ ପରିସର ରୁ ପଲ୍ଲୀଶ୍ରୀ ମେଳା କୁ ସ୍ଥାନାନ୍ତର କରିବା ପାଇଁ ବାଧ୍ୟ ହୋଇ ଥିଲେ l

ସେଇ ଦୃଷ୍ଟି ରୁ ଆଜି ସାମ୍ୱାଦିକ ସମ୍ମିଳନୀ ଦ୍ଵାରା ଜିଲ୍ଲାପ୍ରଶାସନ କୁ ଧନ୍ୟବାଦ୍ ଦେବା ସହ ମହାବିଦ୍ୟାଳୟ ର ପୂରାତନ ଛାତ୍ରଛାତ୍ରୀ ତଥା ସମସ୍ତ ଶୁଭେଛୁ ମାନଙ୍କୁ ଧନ୍ୟବାଦ ଜଣେଇ ଥିଲୁ l ଏହି ସମ୍ମିଳନୀ ରେ ସଭାପତି ଶଙ୍କର୍ଷଣ ଦାସ, ସଂପାଦକ ଭଗବାନ ପଢ଼ିଆରୀ, ଯୁଗ୍ମ ସଂପାଦକ ପ୍ରୀତମ ଜଗଦ୍ଦେବ, ଉପଦେଷ୍ଟା ସୁକାନ୍ତ ପ୍ରଧାନ, ଭକ୍ତ ଚରଣ ଦାସ, ଶରତ ରାୟଗୁରୁ, ସଞ୍ଜୀବ ମହାନ୍ତି ପରିଚାଳନା ସଦସ୍ୟ, ବିଶ୍ୱଜିତ୍ ମିଶ୍ର ଓ ବିଶାଲ ମହାନ୍ତି ମିଡ଼ିଆ ସେଲ ସଭ୍ୟ ଓ କୃଷ୍ଣଚନ୍ଦ୍ର ମହାନ୍ତି ପରିଚାଳନା ସଦସ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ