ନବରଙ୍ଗପୁର ; 08/06ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପୋଡାଲଗୁଡା ପଂଚାୟତ ଅନ୍ତର୍ଗତ ମିର୍ଗାନଗୁଡା ଗ୍ରାମ ଠାରେ ଗ୍ରାମର ଅଧିଷ୍ଠାତ୍ରୀ ଦେଵୀ ମା ସୁନାଦେଇଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି |ଉକ୍ତ ଉତ୍ସବ 3ଦିନ ଧରି ଚାଲିବାକୁ ଥିବା ବେଳେ ପ୍ରଥମ ଦିବସରେ ଜଳଯାତ୍ରା,ଶାଳା ପ୍ରବେଶ ଓ ଯଜ୍ଞାରମ୍ଭ ଦ୍ଵିତୀୟ ଦିବସରେ ସୂର୍ଯ୍ୟପୂଜା,ଘଟ ମଣ୍ଡଳ ପୂଜା,ପ୍ରାସାଦ ରାତ୍ର ଅଧିବାସ ତୃତୀୟ ଦିବସରେ ସୂର୍ଯ୍ୟ ପୂଜା, ଘଟ ମଣ୍ଡଳ ପୂଜା, ଶିଖରେ ତ୍ରିଶୂଳ ସ୍ଥାପନ, ପୂର୍ଣ୍ଣାହୂତି ଓ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ରହିଥିବା ବେଳେ ଶେଷ ଦିନରେ ମା ସୁନାଦେଇଙ୍କ ଯାତ୍ରା ରହିଥିବା କମିଟି ପକ୍ଷରୁ ସୂଚନା ମିଲିଛି |ଏହି କାର୍ଯ୍ୟକ୍ରମ ମଇ ମାସର 31ତାରିଖରେ ଆରମ୍ଭ ହୋଇଥିବା ବେଳେ ଜୁନ ମାସର 3ତାରିଖ ଦିନ ଶେଷ ହେବ ବୋଲି କମିଟିର କର୍ମକର୍ତା ମାନେ ସୂଚନା ଦେଇଛନ୍ତି |

ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପୂଜା କାର୍ଯ୍ୟ ଦାୟିତ୍ୱରେ ବ୍ରହ୍ମ ଶ୍ରୀ ସରୋଜ କୁମାର ତ୍ରିପାଠୀ, ଆଚାର୍ଯ୍ୟ ଶ୍ରୀ ସଂଜୀବ କୁମାର ମିଶ୍ର, ପ୍ରତିନିଧି ଅରୁଣ କୁମାର ଦାଶ, ପ୍ରତିନିଧି ଓଁ ତ୍ରିପାଠୀ ଏବଂ ସୁମିତ ହଡପ ପ୍ରମୁଖ ରହିଥିବା ବେଳେ ମନ୍ଦିର ଶିରା ଘାସିରାମ ମିର୍ଗାନ, ମୁଖ୍ୟ ସେବକ ଭାସ୍କର ମିର୍ଗାନ, ଗିରିଧାରୀ ପଟ୍ଟନାୟକ, ରଂଜିତ ମିର୍ଗାନ ପ୍ରମୁଖ ଗୁରୁ ଦାୟିତ୍ୱ ତୁଲାଉଥିବା ବେଳେ ମନ୍ଦିର ପୂଜା କମିଟିରେ ରାଜେନ୍ଦ୍ର ନାୟକ, ମନୋଜ କୁମାର ମିଶ୍ର, ଦେବରାଜ ପଟ୍ଟନାୟକ, ପ୍ରଦୀପ ମିର୍ଗାନ, ରାଜୁ ରାଓ ଗୋବିନ୍ଦ ସୁବୁଦ୍ଧି, ଟୁନୁ ହରିଜନ, ଭାସ୍କର ହରିଜନ, ରାଜୁ ପାଇକ, କ୍ରିଷ୍ଣା ପଟ୍ଟନାୟକ ଓ ଅନ୍ୟାନ୍ୟ ସଦସ୍ୟ ମାନେ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ସହାୟକ ହୋଇଛନ୍ତି |ଜନସାଧାରଣ ମାନଙ୍କ ଭିଡିକୁ ଦୃଷ୍ଟିରେ ରଖି ମନୋରଞ୍ଜନ ସକାଶେ ପ୍ରତିଦିନ ରାତିରେ ଆର୍କେଷ୍ଟ୍ର କାର୍ଯ୍ୟକ୍ରମ ଚାଲିଥିବା ବେଳେ କାର୍ଯ୍ୟକ୍ରମର ଶେଷ ରଜନୀରେ ଏକ ଦେଶିଆ ନାଟକ ମଞ୍ଚସ୍ଥ ହେବା ନେଇ କମିଟି ସୂଚନା ଦେଇଛି |