ମୁନିଗୁଡ଼ା : (ରମାକାନ୍ତ ପଡାଲ୍) ମୁନିଗୁଡା ଥାନା ର କୁଟ୍ରାଗଡ଼ / ପାଇକଡାକୁଲୁଗୁଡା ରାସ୍ତା ରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ! ଏକ ଆମ୍ବଗଛ ରେ ଝୁଲନ୍ତା ଅବସ୍ଥା ରେ ଦେଖିବାକୁ ମିଳିଛି ଜଣେ ଯୁବକ ଙ୍କ ମର ଶରୀର , ଖବର ପାଇ ମୁନିଗୁଡା ଥାନା ଅଧିକାରୀ ଟିମ ସହ ଘଟଣା ସ୍ଥଳରେ ପହଂଚି ତନାଘନା ଜାରି ରଖିଥିବା ବେଳେ ମୃତକ ଜଣକ ସଞ୍ଜୟ କୁମାର ଦେଓ ( 30 ) ବୋଲି ଜଣା ପଡ଼ିଥିବା ବେଳେ ସେ ଥେରୁବାଲି ଅଂଚଳ ର ବୋଲି ଜଣାପଡିଛି ତେବେ ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି !