
ପୁରୀ: ପୁରୀକୁ ଜଗିବେ 70 ପ୍ଲାଟୁନ୍ ଫୋର୍ସ,ସ୍ନାନପୂର୍ଣ୍ନିମା ଓ ରଥଯାତ୍ରାକୁ ନେଇ ସୁରକ୍ଷା ସମୀକ୍ଷା ବୈଠକ ଶେଷ। ପୋଲିସ ବିଭାଗର ସୁରକ୍ଷା ସମୀକ୍ଷା ବୈଠକ ପରେ କେନ୍ଦ୍ରାଞ୍ଚଳ ଆଇଜିଙ୍କ ସୂଚନା। ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀକୁ ଜଗିବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ।ଏହାସହ ୪ ଏସ୍ପି ରାଙ୍କ ର କମାଣ୍ଡାଣ୍ଟ, ୪୫୦ ଅଧିକାରୀ ମୁତୟନ ହେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ଵ।ପୁରୀର ସୁରକ୍ଷା ଦିଗରେ ଅଧିକ ଗୁରୁତ୍ଵ ଦିଆଯାଉଥିବା କହିଲେ କେନ୍ଦ୍ରାଞ୍ଚଳ ଆଇଜି।