
ପୁରୀ :(ମନୋଜ କୁମାର ବଳୀୟାରସିଂ)ରୁଚିକା ସମାଜ ମଙ୍ଗଳ ସଂଗଠନ ଓ ସତ୍ୟବାଦୀ ପୁଲିସ ର ମିଳିତ ସହଯୋଗରେ ଶିଶୁ ଶ୍ରମିକ ସତ୍ୟବାଦୀ ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଶିଶୁ କାହିଁକି ଶ୍ରମିକ ଭବରେ କାର୍ଯ୍ୟ କରୁଛି ପଚାରିବାରୁ କହିଲା କି ଦଶମ ଶ୍ରେଣୀ ରେ ମୋର ଭଲ ମାର୍କ ନଥିବା ହେତୁ ବାପା ରାଗରେ କହିଲେ କି ଯା କୋଉଠି କାମ କରିକି ପଇସା ଆଣିବୁ I ସେହିପରି ଅନ୍ୟ ଏକ ଶିଶୁ ଚନ୍ଦନପୁର ବଜାର୍ ସ୍ଥିତ ଏକ ଗ୍ୟାରେଜ୍ ରେ କାମ କରୁଥିଲା I ଶିଶୁ ଟିର ବୟସ ୧୩ ବର୍ଷ I ଶିଶୁ ଟି ପାଠ ପଢ଼ାରେ ଦୁର୍ବଳ ଥିବାରୁ ତାର ବାପା ମଧ୍ୟ ତାକୁ ଗାଡି ମରାମତି କାମ ଶିଖିବାକୁ ଏକ ଗ୍ୟାରେଜ୍ କୁ ପଠାଇ ଥିଲେ I
ଶିଶୁ ଟିକୁ ଉଦ୍ଧାର କରିବା ପାଇଁ ଚନ୍ଦନପୁର ଥାନା ଅଧିକାରୀ ନିଜେ ଉଦ୍ଧାର କାର୍ଯ୍ୟରେ ଉପସ୍ଥିତ ଥିଲେ I ଦୁଇଜଣ ଶିଶୁ ଙ୍କୁ ରୁଚିକା ସମାଜ ମଙ୍ଗଳ ସଂଗଠନ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତି ଠାରେ ପହଞ୍ଚିଥିଲେ I ଏହି ସମ୍ଵନ୍ଧରେ ଆର.ଏସ.ଏସ. ଓ ର ମୁଖ୍ୟ ଡଃ ବେଣୁଧର ସେନାପତି କହିଛନ୍ତି ଶିଶୁ ମାନେ ଶ୍ରମିକ ଭବରେ କାର୍ଯ୍ୟ କରିବାରେ ମୁଖ୍ୟ କାରଣ ହେଉଛି ପରିବାର ର ଆର୍ଥିକ ସ୍ଥିତି ଦୁର୍ବଳତା I
ପ୍ରଥମେ ଆମକୁ ସମସ୍ତ ଗରିବ ପରିବାରକୁ ଚିହ୍ନଟ କରି ସରକାରୀ ଓ ବେସରକାରୀ ଯୋଜନା ରୁ ବଞ୍ଚିତ ଥିବା ପରିବାରକୁ ଯୋଡ଼ିବାକୁ ପଡିବ I ପିଲାର ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସରକାର ଙ୍କ ପାଖରେ ପହଞ୍ଚିବାକୁ ପଡିବ I ଶିଶୁ ମାନଙ୍କୁ କାର୍ଯ୍ୟ ରେ ଲଗାଉଥିବା ରୁ ରୁଚିକା ସମାଜ ମଙ୍ଗଳ ସଂଗଠନର ସଦସ୍ୟ ତତିନି ବିଶ୍ୱାଳ ସତ୍ୟବାଦୀ ଏବଂ ଚନ୍ଦନପୁର ଥାନାରେ ଏତଲା ଦାବି କରିଛନ୍ତି I