ପୁରୀ : (ମନୋଜ କୁମାର ବଳୀୟାରସିଂ)ପୁରୀ ସରସ୍ବତୀ ଜ୍ଞାନ ମନ୍ଦିର ପରିସରରେ “ଅଖିଳ ଭାରତୀୟ ସାହିତ୍ୟ ପରିଷଦ” ଓଡିଶା ପକ୍ଷରୁ କର୍ମକର୍ତ୍ତା ସମ୍ମିଳନୀ ସାହିତ୍ୟ ପରିଷଦର ଓଡିଶା ପ୍ରାନ୍ତର ସଭାପତି ଅଭୟ କୁମାର ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l

ଏହି ସମ୍ମିଳନୀରେ ପରିଷଦର ଅଖିଳ ଭାରତୀୟ ସହ ସଂଗଠନ ସାମ୍ପାଦକ ଶ୍ରୀ ମନୋଜ କୁମାରଜୀ ଯୋଗଦାନ କରି ସାହିତ୍ୟ ପରିଷଦର ବିଶେଷତା ଓ ସାହିତ୍ୟିକ ମାନଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀ ମନୋଜ କୁମାରଜୀ ସାହିତ୍ୟ ରେ ରାଷ୍ଟ୍ରୀୟ ଭାବନା ପ୍ରକଟିତ ହେବା ଜରୁରୀ ବୋଲି ମତବ୍ୟକ୍ତ କରିବା ସହିତ ଯୁବକ ମାନଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ ଏବଂ କାଳଜୟୀ ସାହିତ୍ୟର ସୃଷ୍ଟି ପାଇଁ ଆହ୍ୱାନ ଦେଇଥିଲେ।ଏହି ସମ୍ମିଳନୀରେ ପୁରୀ, ଜଟଣୀ ଓ ଭୁବନେଶ୍ୱର ର କାର୍ଯ୍ୟକର୍ତ୍ତା ଗଣ ଯୋଗ ଦାନ କରିଥିଲେ।

ପୁରୀ ନଗରର ପ୍ରାକ୍ତନ ପ୍ରଧ୍ୟାପକ ନୃସିଂହ ପ୍ରସାଦ ସାହୁ, ସଂଘ ର ବରିଷ୍ଠ କାର୍ଯ୍ୟକର୍ତ୍ତା ରାଜକିଶୋର ସାହୁ, ଭ୍ରମଣ କାହାଣୀ ସାହିତ୍ୟିକ ସତ୍ୟ ନାରାୟଣ ମିଶ୍ର, ଉଦଘୋଷିକା
ଶ୍ରୀମତୀ କଳ୍ପନା ମିଶ୍ର, ଶିଶୁ ସାହିତ୍ୟିକ ସତ୍ୟ ନାରାୟଣ ମିଶ୍ର, ସୁକାନ୍ତ ପଣ୍ଡା, ପୁରୀ ସାହିତ୍ୟ ପରିଷଦ ର ସଂଯୋଜକ ଡ଼. ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ, ସହ ସଂଯୋଜିକା ସୁଶ୍ରୀ ସର୍ବାଣି ଦାଶ, ଅଧ୍ୟାପକ ପ୍ରମୋଦ କୁମାର ଦଳେଇ, ଶିଶୁମନ୍ଦିର ସମ୍ପାଦକ ଶ୍ରୀ ଅରବିନ୍ଦ ଶତପଥି,ଶ୍ରୀ ସରଙ୍ଗାଧର ଷଡ଼ଙ୍ଗୀ,ଅଧିବକ୍ତା ନାରାୟଣ ନନ୍ଦ, ରେଣୁକା ମିଶ୍ର ଏବଂ ପରିଷଦର ଅନ୍ୟାନ୍ୟ କର୍ମକର୍ତା ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l