
ସେନାବାହିନୀର ପରାକ୍ରମ ଓ ଶୌର୍ଯ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି : ବିଧାୟକ ଶ୍ରୀ ଡାଙ୍ଗ
ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ସେନା ବାହିନୀର ପରାକ୍ରମ ଓ ଶୌର୍ଯ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି ବୋଲି ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଛକ ଶ୍ରୀରାମ ମନ୍ଦିର ଠାରେ ଅପରେସନ ସିନ୍ଦୁର ର ସଫଳତାକୁ ନେଇ ଅପରାହ୍ନ ୫ଘଣ୍ଟା ସମୟରେ ଆୟୋଜିତ ଏକ ସାଧାରଣ ସଭାରେ କଣ୍ଟାମାଳ ବିଧାୟକ କହ୍ନାଇଁ ଚରଣ ଡାଙ୍ଗ ନିଜ ଅଭିଭାଷଣ ରେ କହିଥିଲେ l ସେ ଆହୁରି ମଧ୍ୟ କହିଥିଲେ ଯେ ଆଜି କେବଳ କଣ୍ଟାମାଳ ନୁହେଁ ଓଡ଼ିଶାର ପ୍ରତ୍ୟେକ ଗାଁରେ ତଥା ଭାରତରେ ଏହି ଅସୀମ ପରାକ୍ରମର ସିନ୍ଦୁର ଶୋଭାଯାତ୍ରା ହେଉଛି l
ଏହା ଆତଙ୍କବାଦ ବିରୋଧରେ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତିକୁ ଦର୍ଶାଉଛି l ଆମେ ଗର୍ବର ସହିତ କହି ପାରିବା ଯେ ଦେଶ ସୁରକ୍ଷିତ ଚୌକିଦାର ହାତରେ ଅଛି, କାରଣ ଦେଶର ସୁରକ୍ଷା ମୋଦୀ ଜୀଙ୍କ ହାତରେ ଅଛି l ଏହି ଶୋଭାଯାତ୍ରା ଦେଶର ସୀମାନ୍ତ ରେ ଲଢ଼ୁଥିବା ଜାଗ୍ରତ ପ୍ରହରୀ ଭରତୀୟ ସେନା ଙ୍କ ଉଦ୍ଦେଶ୍ୟ ରେ ଉତ୍ସର୍ଗୀକୃତ ବୋଲି ବିଧାୟକ ଶ୍ରୀଡାଙ୍ଗ କହିଥିଲେ। ସଭା ପରେ ବର୍ଷା ଯୋଗୁଁ ବ୍ଲକ ଛକ ଠାରୁ ବାହାରି ସତସଙ୍ଗ ବିହାର ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ଶୋଭାଯାତ୍ରାରେ ବହୁ ସଂଖ୍ୟକ ଲୋକମାନେ ଯୋଗଦେଇ ହାତରେ ତ୍ରିରଙ୍ଗା ପତାକା ଧରି ଜୟ ହିନ୍ଦ, ଭାରତ ମାତା କି ଜୟ, ଜୟ ଜବାନ ଧ୍ୱନୀରେ ଚାଲି ଚାଲି ଏହି ଯାତ୍ରା ସମ୍ପୂର୍ଣ୍ଣ କରିଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା l
ଶୋଭାଯାତ୍ରାରେ କଣ୍ଟାମାଳ ବିଧାୟକ କହ୍ନାଇଁ ଚରଣ ଡାଙ୍ଗ ଙ୍କ ସହ ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ର,ପୂର୍ବତନ ସଭାପତି ବିପ୍ରଚରଣ ମହାନ୍ତି,୪ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ରାକେଶ ତ୍ରିପାଠୀ, ୨ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନ,ଯୁବନେତା ଓମ ପ୍ରକାଶ ମିଶ୍ର,ବରିଷ୍ଠ ନେତା ନବୀନ ମହାପାତ୍ର,କେଦାରନାଥ ସାହୁ, କୃଷ୍ଣ କଅଁର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଟଳ ପ୍ରଧାନ, ଘଣ୍ଟାପଡ଼ା ମଣ୍ଡଳ ସଭାପତି ଗୋପୀନାଥ କହଁର, ଶୁଭ୍ରାଂଶୁ ଡାଙ୍ଗ,ଶ୍ରୀକାନ୍ତ ଭୋଇ,ଶରତ କର୍ଣ୍ଣ,ନିରଞ୍ଜନ କର୍ଣ୍ଣ, ଅନିଲ ପ୍ରଧାନ,ପିନାକଧର ରଣା, ରାଜୀବ ମିଶ୍ର,ପ୍ରଦୀପ ଦାସ, ଶିବ ଚାଉଳିଆ ସମେତ ସବୁ ବର୍ଗର ନାଗରିକ,ପ୍ରଶାସନିକ ଅଧିକାରୀ,ପୋଲିସ ବାହିନୀ, ମିଶନ ଶକ୍ତି ମହିଳା,ଅଙ୍ଗନୱାଡି କର୍ମୀ,ଆଶା କର୍ମୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଠି,ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି,ବ୍ଲକ ପ୍ରଶାସନ ରୁ ତହସିଲଦାର ଶ୍ୱେତପଦ୍ମା ଯୋଶୀ, ଭାରପ୍ରାପ୍ତ ବିଡ଼ିଓ ଧନଞ୍ଜୟ ସାହୁ,ସିଡିପିଓ ପଙ୍କଜିନୀ ମିଶ୍ର, ପୋଲିସ ପ୍ରଶାସନ ସମେତ କଣ୍ଟାମାଳ ଅଞ୍ଚଳର ଜନସାଧାରଣ ଓ ବିଜେପି କର୍ମକର୍ତ୍ତା ସାମିଲ ହୋଇ ହାତରେ ତ୍ରିରଙ୍ଗା ଧରି କଣ୍ଟାମାଳ ସହର ପରିକ୍ରମା କରିଥିଲେ।