
ପୁରୀ: ୧୫.୦୫(ମନୋଜ କୁମାର ବଳୀୟାରସିଂ)ଗୁରୁବାର ଦିବା ୧୧ ଘଟିକା ସମୟରେ ବାବା ଆଖଣ୍ଡଳମଣି ଅଟୋଚାଳକ ସଂଘ ତରଫରୁ ତୃତୀୟ ବର୍ଷ ଅନ୍ନଛତ୍ର ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟନାୟକ, ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ଅଧିକାରୀ ସନ୍ତୋଷ କୁମାର ସେଠି ,ପୁରୀପୋୖରପାଳିକା ଅଧିକାରୀ ଅଭିମନ୍ୟୁ ବେହେରା,ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି ସଭାପତି ସଂଜୀବ ମହାନ୍ତି ,ପୁରୀ ବିଧାୟକ ଶ୍ରୀଯୁକ୍ତ ସୁନୀଲ ମହାନ୍ତି ,ଟ୍ରାଫିକ୍ ଡି.ଏସ୍.ପି., କୁମ୍ଭାରପଡ଼ା ଆଇ.ଆଇ.ସି. ଓ ଟ୍ରାଫିକ୍ ଆଇ.ଆଇ.ସି. ସମ୍ମାନନନୀୟ ଅତିଥ ଭାବରେ ଯୋଗଦାନ କରିଥିଲେ।
ସଂଘର ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ଜେନା ଯୋଗଦାନ କରି ସଂଘର ଉତ୍ତରୋତ୍ତର କାମନା କରିବା ସହ ସଂଘ ତରଫରୁ ଅନ୍ନଛତ୍ର ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରିଶେଷରେ ସଭାପତି ସମସ୍ତ ଅତିଥି ବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ପାଦକ ଦାଶରଥି ସାହୁ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଉପ-ସଭାପତି ବିନୟ କୁମାର ପଟ୍ଟନାୟକ, ସହ-ସମ୍ପାଦକ ମହେନ୍ଦ୍ର ବେହେରା, କୋଷାଧ୍ୟକ୍ଷ ସୁରେଶ କୁମାର ପାତ୍ର, ସଂଘର ଅନ୍ୟ ସଭ୍ୟମାନେ ମହେନ୍ଦ୍ର ଭୁୟାଁ, ଅପୁର୍ବ ବାରିକ, ଗଣେଶ ବାଗୁଲି, ହେମନ୍ତ ମହାନ୍ତି, ଗଦାଧର ବେହେରା, ରତିକାନ୍ତ ସୁବୁଦ୍ଧି ଓ ପ୍ରଭାକର ମିଶ୍ର ପ୍ରମୁଖ ସଭ୍ୟମାନେ ସଂଘକୁ ମିଳିତ ଭାବରେ ସୁପରିଚାଳନା କରିଥିଲେ।