ପ୍ରଫେସର ଭୁବନେଶ୍ବର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଓ ପ୍ରଗତି ଇନଷ୍ଟିଚ୍ୟୁଟ, ଭବାନୀପାଟଣା ପକ୍ଷରୁ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୫ 

ଭବାନୀପାଟଣା : (ଅର୍ଜୁନ ପଟ୍ଟନାୟକ)କଲାହାଣ୍ଡି ଜିଲ୍ଲାର ସୁନାମଧନ୍ୟ ସଂଗଠନ ପ୍ରଫେସର ଭୁବନେଶ୍ବର ବେହେରା ମେମୋରିଆଲ୍ ୟୁଥ ଅର୍ଗାନାଇଜେସନ୍ ଏବଂ ଓଡିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରଗତି ଇନଷ୍ଟିଚ୍ୟୁଟ ଭବାନୀପାଟଣା ଙ୍କ ମିଳିତ ଆନୁକୁଲ୍ୟରେ ଜୟପାଟଣା ବ୍ଲକ ସଭାଗୃହରେ ମହା ସମାରୋହର ସହ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୫ ଅନୁଷ୍ଠିତ ହୋଇଯାଇଛି।

ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ଏୈତିହାସିକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଉମାଶଙ୍କର କର, ମୁଖ୍ୟ ବକ୍ତା ଭାବେ ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ, ସମ୍ମାନିତ ଅତିଥି ଭାବେ ପ୍ରଗତି ଇନଷ୍ଟିଚ୍ୟୁଟ ର ସମ୍ପାଦକ ତଥା ଜିଲ୍ଲାର ସୁନାମଧନ୍ୟ ବ୍ୟକ୍ତିତ୍ୱ ଇଂ ଅଜୟ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶୁଭଲକ୍ଷ୍ମୀ ନାୟକ, ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା ଅବସର ପ୍ରାପ୍ତ ଆଇ ଆର୍ ଏସ୍ ତଥା ଦକ୍ଷିଣ ଓଡିଶା ଆଦିବାସୀ ମହାସଂଘ ସଭାପତି ଗଙ୍ଗାଧର ମାଝୀ,ଜୟପାଟଣା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ମୁଖ୍ୟ ପରିଚାଳକ ପ୍ରଭାକର ଦାସ, ବିଶିଷ୍ଟ ସମାଜସେବୀ ଚିନ୍ମୟ ବେହେରା ପ୍ରମୂଖ ମଞ୍ଚାସୀନ ଥାଇ ନିଜ ନିଜ ବକ୍ତବ୍ଯ ମାଧ୍ୟମରେ ଉଚ୍ଚକୋଟିର ପ୍ରେରଣା ଦାୟକ ଅଭିଭାଷଣ ପ୍ରଦାନ କରିଥିଲେ।ସଂଗଠନ ସମ୍ପାଦକ ଅବିନାଶ ମୁଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏ ଅବସରରେ ଜିଲ୍ଲାର ଏ ୧ ଗ୍ରେଡ ପାଇଥିବା ୧୯ ଜଣ ଛାତ୍ରଛାତ୍ରୀ ଓ ସମସ୍ତ ବ୍ଲକ୍ ଟପ୍ପର ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ଯ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଥିବା ଶ୍ରେୟାଂସି ସାହୁଙ୍କୁ ସ୍ଵତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା। ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ରେ ଏ୧ ଗ୍ରେଡ ରେ ଜୟପାଟଣା ବ୍ଳକର ସର୍ବାଧିକ କୃତିତ୍ଵ ପ୍ରଦର୍ଶନ ପାଇଁ ମୁଖିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା ଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ଅତି ସୁନ୍ଦର ଭାବରେ ମଂଚ ପରିଚାଳନା କରିଥିଲେ। ସହ ସମ୍ପାଦକ ରଜତ ବଂଶଲ ଧନ୍ୟବାଦ ଅର୍ପଣ କରିଥିଲେ।

ଜୟପାଟଣା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଭାତ ଖମାରି,ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକ ଶେଷଦେବ ବେହେରା, ଅର୍ଜୁନ ପଟ୍ଟନାୟକ, ପ୍ରାଣ ରଞ୍ଜନ ବେହେରା ଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଓ ଅଭିଭାବକ ଅଭିଭାବକ ମାନେ ଯୋଗଦେଇଥିଲେ।ଶିକ୍ଷକ ପ୍ରମୋଦ କୁମାର ଠାକୁର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ସଂଗଠନ ସମ୍ପାଦକ ଅବିନାଶ ମୁଣ୍ଡ ଅତ୍ୟନ୍ତ ସୁନ୍ଦର ଭାବେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।