ଧର୍ମଗଡ଼ ୧୧/୫(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଗଡିଆଯୋର ଆମ୍ବ ତୋଟା ଠାରେ କୋକସରା, ଗୋଲାମୁଣ୍ଡା, ଧର୍ମଗଡ଼ ବ୍ଳକ ପଣ୍ଡରା ମାଳି ସମାଜ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଛି। ଗତ କିଛିଦିନ ତଳେ ରଣମାଳ ଧାନ ମଣ୍ଡି ଠାରେ ଏକ ମହାସଭା ହୋଇଥିଲା ଏବଂ ଉକ୍ତ ବୈଠକରେ ସମାଜ ତରଫରୁ ବିଭିନ୍ନ ପଦପଦବୀ ଘୋଷଣା କରାଯାଇଥିଲା ଉକ୍ତ ପଦପଦବୀ ବିରୋଧ କରି ଆଜି ଗଡିଆଯୋର ଆମ୍ବ ତୋଟା ଠାରେ କୋକସରା, ଗୋଲାମୁଣ୍ଡା, ଧର୍ମଗଡ଼ ବ୍ଳକ ର ପଣ୍ଡରା ମାଳି ସମାଜ ର ମୁଖ୍ୟ ଲୋକଙ୍କୁ ନେଇ ବିଦ୍ୟାଧର ନାଏକ ଙ୍କ ଅଧ୍ୟକ୍ଷତା ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମାଧ୍ଯମରେ ତୁଲେଶ୍ଵର ନାଏକ,ଥଵିର ନାଏକ , ପରମେଶ୍ବର ଲିମଗୋଛିଆ, ପ୍ରେମ ଲାଳ ନାଏକ, ଗିରି ପ୍ରସାଦ ନାଏକ, ଜୟ ଶଙ୍କର ନାଏକ, ସୁନ୍ଦର ଲାଲ୍ ନାଏକ, ଧନିଦ୍ର ନାଏକ, ଵିରୁ ନାଏକ, ବ୍ରହ୍ମ କିଶୋର ନାଏକ, ନୂତନ ନାଏକ, ଫକୀର ଚରଣ ନାଏକ, ବିରଞ୍ଚି ନାରାୟଣ ନାଏକ, ଗୋବିନ୍ଦ ନାଏକ, ଦେବରାଜ ନାଏକ, ଵିଡୁ ନାଏକ, ଚୈଧରୀ ନାଏକ, ଗୋବର୍ଦ୍ଧନ ନାଏକ, ସରଧାକର ନାଏକ, ସମେତ ତିନୋଟି ବ୍ଳକ ର ସମାଜ କୁ ଭଳ ପାଉଥିବା ଅନେକ ମାନ୍ୟ ଗୁନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସଭା ରେ ଉପସ୍ଥିତ ଥିବା ସମସ୍ତ ଅତିଥି ଙ୍କୁ ମନୋଜ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ।