
ପୁରୀ: ତା୪.୫(।ମନୋଜ କୁମାର ବଳୀୟାରସିଂ)ରିଖ ଶ୍ରୀ ଜଗନ୍ନାଥ ସେନା ତରଫରୁ ସିଂହ ଦ୍ୱାର ଥାନା ରେ ଏତଲା।ଜଗନ୍ନାଥ ସେନା ର ଆବାହକ ପ୍ରିୟଦର୍ଶନ ପଟନାୟକ (ଆଇନଜୀବୀ)ସିଂହଦ୍ୱାର ଥାନାରେ ହାଜରହୋଇ ଲିଖିତ ଏତଲା ଦେଇଛନ୍ତି ଯେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ର ସମସ୍ତ ପରମ୍ପରା କୁ ଭାଙ୍ଗି “ଦୀଘା”କୁ ଶ୍ରୀ ଜଗନ୍ନାଥ ଧାମ,ଦୀଘା କୁହାଯିବା ଓ ପୁରୀ ଶ୍ରୀମନ୍ଦିର ଦାରୁ ଘରୁ ଦାରୁ କାଠ ଚୋରି କରି ନେଇ ଦୀଘାରେ ସେହି କାଠରେ ମୂର୍ତ୍ତି ତିଆରି କରି ସ୍ଥାପନ କରିଥିବା ନେଇ ରାମକୃଷ୍ଣ ଦାସ ମହାପାତ୍ର ନିଜ ମୁହଁରେ ସ୍ୱୀକାର କରିଛନ୍ତି।ତୁରନ୍ତ ତଦନ୍ତ ଏବଂ ମୁଖ୍ୟ ପ୍ରଶାସକଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି।
ଶ୍ରୀ ଜଗନ୍ନାଥ ମନ୍ଦିର ମେଘନାଦ ପାଚେରୀ ଭିତରେ ଥିବା ସମସ୍ତ ଜିନିସର ତତ୍ୱବଧାରକ ହେଲେ ଶ୍ରୀମନ୍ଦିର ପ୍ରଶାସନ।ଶ୍ରୀମନ୍ଦିର ଭିତରୁ ଦାରୁଘରୁ ଦାରୁକାଠ କିପରି ନିଆଗଲା ? ଚୋରି କରି ନିଆଗଲା ନା ଶ୍ରୀମନ୍ଦିର ଅଧିକାରୀ ଏହାକୁ ନେବାରେ ସାହାଯ୍ୟ କରିଛନ୍ତି ବୋଲି ପ୍ରଶ୍ନ ଉଠେ?ଯେହେତୁ ଶ୍ରୀମନ୍ଦିର ଭୀତରୁ ଦାରୁଘରୁ କାଠ ଚୋରି ହୋଇ ପଶ୍ଚିମବଙ୍ଗ ଯାଇଛି ତେଣୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ଓ ତାଙ୍କୁ ତଦନ୍ତ ର ପରିସର ଭୁକ୍ତ କରାଯିବା ସହ ତାଙ୍କ ବିରୁଦ୍ଧରେ ଓ ଅନ୍ୟମାନଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୟୁ/ଏସ ୨୯୮,୨୯୯,୩୦୦,୩୦୧,୩୦୨ବିଏନେଏସ ଦଫାରେ ମାମଲା କରାଯାଇ ମୁଦାଲା ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲା ରେ ଅନୁରୋଧ କରାଯାଇଛି