
ପୁରୀ :ଆଜି ତା ୨.୫.୨୫ରିଖ ଗୁରୁବାର ଦିନ ଏ.ଏଚ.ଏସ.ସି-୨୦୨୫ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଯାଇଛି।ପୁରୀ ଭୋଳନାଥ ବିଦ୍ୟାପୀଠର ମୋଟ ୧୮୦ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ।ସେମାନଙ୍କ ମଧ୍ୟରୁ ଏ୧ରେ ୧ଜଣ(ଅମ୍ରିତା ଭଟାଚାର୍ଯ୍ୟ) ଏ୨ରେ ୬ଜଣ,ବି୧ ରେ ୨୮ଜଣ, ବି ୨ରେ୪୮ଜଣ,ସି୪୭ଜଣ,ଡି୩୬ଜଣ,ଇ୧୨ଜଣ ଗ୍ରେଡ ପାଇଥିବା ଜଣାପଡିଛି।
କୃତି ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବିଦ୍ୟାଳୟ ର ଆଲୁମିନି କମିଟିର ବରିଷ୍ଠ ସଭ୍ୟ ସଭ୍ୟା, ସଭାପତି ଡ଼ଃ ତ୍ରିଲୋଚନ ବରାଳ (ଏକ୍ସ ସିଡିଏମଓ,ପୁରୀ)ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ଦାସ (ପୂର୍ବତନ ନଗରପାଳ,ପୁରୀ)ଶ୍ରୀଯୁକ୍ତ ପ୍ରମୋଦ କୁମାର ଜେନା ,ଶ୍ରୀଯୁକ୍ତ ନାରାୟଣ ଗୋଛିକାର(ସଭାପତି ଏସ. ଏମ.ଇ ଭୋଳନାଥ ବିଦ୍ୟାପୀଠ ପୁରୀ),ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଭାସ୍କର ବିଶ୍ୱାଳ,ଶ୍ରୀମତୀ ସସ୍ମିତା ରାଉତ,ଶ୍ରୀମତୀ ନମିତା ବାରିକ,ଶ୍ରୀଯୁକ୍ତ ପ୍ରକାଶ କୁମାର ମହାନ୍ତି ଓ ନୂତନ ଭାବେ ଯୋଗଦାନ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରସନ କୁମାର ମାନ୍ଧାତା(ଓଇଏସ-୨ଏସବି)ଉପସ୍ଥିତ ଥିଲେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ରଛାତ୍ରୀ ଅଭିଭାବକ ,ସ୍ଥାନୀୟ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ ଏବଂ ବିଦ୍ୟାଳୟ ପରିସରରେ ଏକ ଖୁସିର ମାହୋଲ ଜମିଥିଲା।ମନୋଜ କୁମାର ବଳୀୟାରସିଂ,ପୁରୀ।