
ପୁରୀ:୨.୪(ମନୋଜ କୁମାର ବଳୀୟାରସିଂ)ରିଖ ଶୁକ୍ରବାର ଦିନ ପୁରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘୋଡାବଜାର,ପୁରୀ ପରିସରରେ ଶିକ୍ଷା ବର୍ଷ ୨୦୨୪-୨୦୨୫ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାଙ୍କ ଦ୍ୱାରା ପରିଚାଳିତ ମାଟ୍ରିକ ଫଳ ଅପରାହ୍ନ ୪ ଘଟିକା ସମୟରେ ପ୍ରକାଶ ପାଇଅଛି ।ବିଦ୍ୟାଳୟରୁ ମୋଟ ୧୩୬ଜଣ ଶିଶୁ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେଇଥିଲେ
ସେଥିମଧ୍ୟରୁ ୯୦%ରୁ ଅଧିକ ୧୧ଜଣ ୮୦%ରୁ ଅଧିକ ୩୫ଜଣ, ୭୦%ରୁ ଅଧିକ ୩୮ଜଣ ,୬0%ରୁ ଅଧିକ ୨୯ଜଣ ,୫୦%ରୁ ଅଧିକ ୧୭ଜଣ,୪୦%ରୁ ଅଧିକ ୦୬ଜଣ ଓ ଶ୍ରୀ ସ୍ୱୟଂ ପ୍ରକାଶ ସାହୁ ସର୍ବାଧିକ ୫୮୩/୬୦୦(୯୭.୨)%ନମ୍ବର ରଖି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଡ଼ଃ ଅଭିମନ୍ୟୁ ଭୂୟାଁ, ଉପସଭାପତି ଡ଼ଃ ସୀମାଞ୍ଚଳ ପଣ୍ଡା ,ସମ୍ପାଦକ ଶ୍ରୀଯୁକ୍ତ ଅରବିନ୍ଦ ଶତପଥୀ, ଯୁଗ୍ମ ସମ୍ପାଦକ ବିକାଶ ଦତ୍ତ,ସଦସ୍ୟା ସନ୍ତୋଶିନୀ ନାୟକ ଏବଂ ଜ୍ଞାନ ମନ୍ଦିରର ଅଧ୍ୟକ୍ଷ ଅରବିନ୍ଦ ଦାସ ଏବଂ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ ଉପସ୍ଥିତ ଥିଲେ।
ଏ୧-୧୧,ଶିଶୁ ଭାଇଭଉଣୀ ମାନଙ୍କୁ ତଥା ସେମାନଙ୍କର ଅଭିଭାବକ ସହିତ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟବୃନ୍ଦ ,ଜ୍ଞାନ ମନ୍ଦିରର ଅଧ୍ୟକ୍ଷ, ପ୍ରଧାନ ଆଚାର୍ଯ୍ୟ ,ଗୁରୁଜୀ,ଗୁରୁମା ସେବୀକା,ସେବୀକ ଭାଇ ଭଉଣୀ ମାନେ ସେମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ମିଷ୍ଠାନ ଖୁଆଇ ଶୁଭେଚ୍ଛା ଜଣେଇଥିଲେ।ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଶିଶୁ ଭାଇ ଭଉଣୀ ମାନଙ୍କର ଅକ୍ଲାନ୍ତ ପରିଶ୍ରମ,ଉଦ୍ୟମ ଓ ପ୍ରଚେଷ୍ଟା ଆଜି ଏ ଘୋଡ଼ା ବଜାର ଶିଶୁ ମନ୍ଦିର କୁ ଶିକ୍ଷାର ସ୍ଥର କୁ ସମୃଦ୍ଧ କରିବା ସହ ଆଗାମୀ ୧୦ମ ଶ୍ରେଣୀ ଭାଇ ଭଉଣୀ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।