
ପୁରୀ : ୨.୫(ମନୋଜ କୁମାର ବଳିଆରସିଂ )ରିଖ ଶୁକ୍ରବାର ଦିନ ଶ୍ରୀ ରାମଚନ୍ଦ୍ର ସ୍ୱାମୀ ଚାରିଟେବଲ ଟ୍ରଷ୍ଟ ,ଲୋକନାଥ ରୋଡ ,ପୁରୀ ଙ୍କ ଆନୁକୂଲ୍ୟରେ ଭଗବଦ,ଶ୍ରୀ ରାମାନୁଜାଚାର୍ଯ୍ୟଙ୍କର ୧୦୯ତମ ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଲୋକନାଥ ମନ୍ଦିର ନିକଟସ୍ଥ ଥାନପତି ମାର୍ଗରେ ଅବସ୍ଥିତ ତିରୁପତି ଭେଙ୍କଟେସ ବାଲାଜି ମନ୍ଦିର ସାନିଧ୍ୟରେ ଥିବା ଟ୍ରଷ୍ଟ ପରିସରରେ ଭାରତବର୍ଷର ବିଭିନ୍ନ ସ୍ଥାନରୁ ଆସିଥିବା ଜଗଦଗୁରୁ ,ସାଧୁ,ସନ୍ଥ ଏବଂ ପ୍ରାୟ ୧୫୦୦ ଭକ୍ତ ଶିଷ୍ୟଙ୍କ ଗହଣରେ ଜୟନ୍ତୀ ସମିଳନୀ ଆରମ୍ଭ ହୋଇଥିଲା।ଟ୍ରଷ୍ଟ ର ଅଧକ୍ଷ ଏବଂ ଜିୟର ସ୍ୱାମୀ ମଠର ମଠାଧିସ ଶ୍ରୀ ଇନ୍ଦିରା ରମଣ ରାମନୁଜ ଦାସ ଏହି ସଭାକୁ ଉଦ୍ଘାଟନ କରିଥିଲେ।
ମଞ୍ଚ ସଞ୍ଚାଳନ କରିଥିଲେ ଡ଼ଃ ଶ୍ରୀ ବିଜୟ ରାମାନୁଜ ଦାସ ଜି। ଦୀପ ପ୍ରଜ୍ୱଳନ ,ବେଦ ପାଠ ,ଅତିଥି ସ୍ୱାଗତ ପରେ ମଞ୍ଚ କାର୍ଯ୍ୟ ଆରମ୍ଭ କରାଯାଇଥିଲା।ଶ୍ରୀ ଲକ୍ଷ୍ମୀ ପ୍ରସନ୍ନ ଜିୟର ସ୍ୱାମୀ ମହାରାଜ ଅଧକ୍ଷତା କରିଥିଲେ ।ମୁଖ୍ୟ ଅତିଥି ରୁପେ ଉତର ତୋତାଦ୍ରୀ ମଠ ସ୍ୱାମୀ ଶ୍ରୀ ଅନନ୍ତାଚାର୍ଯ୍ୟଜି ମଞ୍ଚାସିନଥିଲେ,ବିଶିଷ୍ଟ ଅତିଥି ରୂପେ ମଞ୍ଚାସିନ ଥିଲେ ଶ୍ରୀ ରାମ ପ୍ରସନାଚାର୍ଯ୍ୟଜୀ ମହାରାଜ ।ସମ୍ମାନିତ ଅତିଥି ରୂପେ ଶ୍ରୀ ଅଯୋଧ୍ୟାନାଥ ଜି ,ଶ୍ରୀ ଚତୁର୍ଭୁଜାଚାର୍ଯ୍ୟ ଜି ମହାରାଜ,ଉତର ପାର୍ଶ୍ଵ ,ଦକ୍ଷିଣ ପାର୍ଶ୍ୱ,ସମାଧି,ପାପୁଡ଼ିଆ,ସିଦ୍ଧ, ନେବଳ ଦାସ,ବଳରାମ କୋଟ, ଗୌରବିହାର, ରାଧାକାନ୍ତ,ସିଦ୍ଧ ବକୁଳ,ମହିପ୍ରକାଶ ମଠ ର ମଠାଧିସ ମାନେ ମଞ୍ଚାସିନ ଥିଲେ ।
ରାମନୁଯାଚାର୍ଯ୍ୟଙ୍କ ଯିବନି ,ତତ୍ୱ ଓ ତାଙ୍କର ଶ୍ରୀକ୍ଷେତ୍ର ସହ ସମ୍ପର୍କକୁ ନେଇ ନିଜର ସାର ଗର୍ଭିତ ବକ୍ତବ୍ୟ ରଖିଥିବା ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ମାନେ ଶ୍ରୀଯୁକ୍ତ ବଦ୍ରୀ ମିଶ୍ର,ମନୋଜ ରଥ,ଶ୍ରୀ ବିଷ୍ଣୁ ଚରଣ ପଣ୍ଡା,ଜିତେନ୍ଦ୍ର ମହାପାତ୍ର, ଡଃ ଭାସ୍କର ମିଶ୍ର, ଦେବୀ ପ୍ରସନ୍ନ ନନ୍ଦ, ମହେଶ ସାହୁ,ପ୍ର. ସତ୍ୟ ନାରାୟଣ ଆଚାର୍ଯ୍ୟ, ପ.ପ୍ୟାରୀମୋହନ ପଟନାୟକ ।ସମିଳନୀ ରେ ଶ୍ରୀ ରାମାନୁଜ ଜୟନ୍ତୀ ମହୋତ୍ସବ ର ମୁଖପାତ୍ର ଭାବେ ସ୍ମରଣୀକା ଉନ୍ମୋଚିତ ହୋଇଥିଲା।ରାମାନୁଜଙ୍କ ଓଡ଼ିଆ ଭାଷାରେ ଏକ କ୍ଷୁଦ୍ର ପୁସ୍ତିକା ଉନ୍ମୋଚିତ ହୋଇଥିଲା।ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସ୍ମୃତି ଚିହ୍ନ ପ୍ରଦାନ କରାଯାଇଥିଲା।ପ୍ରତିବର୍ଷ ଏହିଭଳି ସମିଳନୀ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା।ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ସହଯୋଗ ରେ ଏକ ଚିକିତ୍ସା ଶିବିରର ଆୟୋଜନ କରଯାଇଥିଲା ପ୍ରାୟ ୧୩୦୦ ଲୋକ ଚିକିତ୍ସିତ ହୋଇଥିଲେ।