ପୁରୀ: (ମନୋଜ କୁମାର ବଳୀୟାରସିଂ)ପୁରୀପୁରୀର ନୀଳାଦ୍ରି ବିଚ୍ ପାଖରେ ରାଜ୍ୟ ସ୍ତରୀୟ ଖେଲୋ ଇଣ୍ଡିଆ ବିଚ୍ ଗେମ୍ ର ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ମେ ୧୯ ରୁ ୨୪ ତାରିଖ ପର୍ଯ୍ୟନ୍ତ ଡି ଓ ଠାରେ ହେବାକୁ ଥିବା ଖେଲୋ ଇଣ୍ଡିଆ ବିଚ୍ ଗେମ୍ ୨୦୨୫ ନିମନ୍ତେ ଚୟନ ପ୍ରତିଯୋଗିତା ହୋଇ ଯାଇଛି l ଏଥିରେ ସମଗ୍ର ରାଜ୍ୟରୁ ୬୦ ଜଣ ପ୍ରତିଯୋଗୀ ଭାଗ ନେଇ ନିଜ ଦକ୍ଷତା ଦେଖାଇ ଥିଲେ l

ଏଠାରୁ ୬ ଜଣ ପୁରୁଷ ଓ ୬ ଜଣ ମହିଳା ଖେଳାଳୀଙ୍କୁ ଚୟନ କରଯାଇଛି l ଚୟନ କର୍ତ୍ତା ଭାବେ ରାଜ୍ୟ ଉପ ସଭାପତି ପ୍ରଭାସ ଶୁଭଦର୍ଶନ ମହାନ୍ତି ଉପସ୍ଥିତ ରହି ଖେଳାଳି ଚୟନ କରିଥିଲେ l ପୁରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ଆୟୋଜନ କରିଥିବା ବେଳେ ପୁରୀ ଜିଲ୍ଲା ସିପକଟାକ୍ରୋ ସଂଘ ସହଯୋଗ କରିଥିଲେ l

ରେଫରୀ ରାଜ ଶେଖର ଓ ମହମ୍ମଦ ଗୁଲ୍ଫମ୍ ଖେଳ ପରିଚାଳନା କରିଥିବା ବେଳେ ଆନ୍ତର୍ଜାତୀୟ ଖେଳାଳି ଲକ୍ଷ୍ମୀ ପ୍ରିୟା ନାଏକ ଉପସ୍ଥିତ ଥିଲେ l ପୁରୀ ଜିଲ୍ଲା ସିପକଟାକ୍ରୋ ସଂଘ ସେକ୍ରେଟାରୀ ରାମ ଚନ୍ଦ୍ର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଖେଳ ଚାଲି ଥିବା ବେଳେ ଅଶ୍ଵିନୀ କୁମାର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ବାରିକ, ବିରଞ୍ଚି ନାରାୟଣ ବିଶ୍ଵାଳ, ବିଶ୍ୱନାଥ ମିଶ୍ର, ଲଲାଟେନ୍ଦୁ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ l