ଧର୍ମଗଡ଼ ତା ୩୦/୪(ହେମନ୍ତ କୁମାର ମାଝୀ)ଶ୍ରୀଯୁକ୍ତ ସୁରେନ୍ଦ୍ରକୁମାର ନାଏକ ଚାକିରୀ ରୁ ଅବସର ନେଇଥିଲେ । ଶ୍ରୀ ନାଏକ ବଡ଼ଚେରଗାଁ ରାଜସ୍ଵନିରୀକ୍ଷକ ଭାବେ କାର୍ଯ୍ୟ କରିବା ସହ ଓଡିଶା ସରକାର ଙ୍କ ସମସ୍ତ କାର୍ଯ୍ୟ ଦୈବୀଦୁର୍ବିପାକ ତଥା ନଇବଢି ,ବନ୍ୟା ବାତ୍ୟା ,ଧାନ କିଣା ,ଚାଷୀ ଙ୍କ ସମସ୍ୟା ଭଳି ଅନେକ ଗୁରୁ ଦାୟିତ୍ୱ ସରକାର ଯାହା ଦେଇଛନ୍ତି ସୁଚାରୁ ରୁପେ ସମ୍ପାଦନ କରିଆସିଥିଲେ ।

ପ୍ରଥମେ 1989 ମସିହାରୁ ଚାକିରୀ ଜୀବନ ଆରମ୍ବ କରି ଗୋଳାମୁଣ୍ଡା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ରେ ପ୍ରଥମ ଯୋଗଦାନ ଦେଇଥିଲେ । ଦୀର୍ଘ 36 ବର୍ଷ ଓଡିଶା ସରକାର ଙ୍କୁ ସେବା ପ୍ରଦାନ କରି ଗରିବ ନିରୀହ ନିଷ୍ପେସିତ ପାଇଁ ସମର୍ପିତ ହୋଇଥିଲେ ।ଗୋଳାମୁଣ୍ଡା ତହସିଲଦାର କାର୍ଯ୍ୟାଳୟ କର୍ମଚାରୀ ତରଫରୁ ପୈତୃକ ଘର କୁ ପହଞ୍ଚାଇ ସମ୍ବର୍ଦ୍ଧନା ଉତ୍ସବ ରେ ଯୋଗ ଦେଇଥିଲେ ଗୋଳାମୁଣ୍ଡା ତହସିଲଦାର ଶ୍ରୀଯୁକ୍ତ ଚନ୍ଦନ ନାୟକ , ହେଡକ୍ଲର୍କ ଲକ୍ଷ୍ମଣ ବଛା ,ରେଭେନୁ ସୁପରଭାଇଜର ଶ୍ରୀ ଭବାନୀ ଶଙ୍କର ଶବର , ରାଜସ୍ଵନିରୀକ୍ଷକ ଗୋଳାମୁଣ୍ଡା ଆଶିଷ ନାଏକ , ମଧୁସ୍ମିତା ରାଉତ ,ରାହୁଲ ନାଏକ ,ଗଗନ ସାହୁ , ତାପସ ମଙ୍ଗରାଜ ,ଶୋଭାକିଶୋର ମଲ୍ଲିକ ,ଦେବସ୍ମିତା ଶବର ,ଭଗତ ରାମ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ପହଁଚିବା ପରେ ଲୁହାଗାଁ ସ୍ଥିତ ନାଏକ ପରିବାର ଓ ବନ୍ଧୁ ବର୍ଗ ବଡ଼ ଭାଇ ବିସିକେସନ ନାଏକ , ପ୍ରେମଲାଲ ନାଏକ ,ମହିନ୍ଦ୍ର ନାଏକ ,ଗଜିନ୍ଦ୍ର ନାଏକ ,ଚମ୍ପେଶ୍ୱର ନାଏକ , ଧନେଶ୍ୱର ନାଏକ , ଜୁଇଁ ଶ୍ରୀତପେଶ୍ୱର ନାଏକ ,ଶ୍ରୀ ତୁଲେଶ୍ୱର ନାଏକ , ଈଶ୍ୱର ନାଏକ , ପୋଖରାଜ ନିଧି , ନାରାୟଣ ନାଏକ ,ରାଜପୁର ସରପଞ୍ଚ ଗଜିନ୍ଦ୍ର ନାଏକ ,କୃଷ୍ଣଚନ୍ଦ୍ର ମାଝୀ ,ତାରେଶ ନାଏକ , ଜୟଲାଲ ବିଶି ,ରାମ ରାଜ୍ୟ ନାଏକ , ହିମାଂଶୁ ନାଏକ ,ପ୍ରମୋଦ ନାଏକ ,ଚୈତନ୍ୟ ନାଏକ , ବୈଷ୍ଣବ ନାଏକ ଜାମ ଗାଁ ଗହଟିଆ , ପ୍ରମୁଖ ଉପସ୍ଥିତ ହୋଇ ସ୍ୱାଗତ କରି ପୁଷ୍ପ ମାଲ୍ୟ ସହିତ ଉପଢୌକନ ଦେଇ ସମ୍ମାନିତ କରିବା ସହ ଅବସର ସମୟ ସୁଖ ଶାନ୍ତି ରେ ରହିବା ସହ ଭଗବାନ ଓ ସମାଜ କାର୍ଯ୍ୟ ରେ ସମୟ ବିତାଇବା ପାଇଁ କାମନା କରିଥିଲେ