ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସମ୍ପର୍କୀୟ ଝିଅ-ଜୋଇଁର ପରିଚୟ ଦେଇ ଠକୁଥିବା ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ସମ୍ପର୍କୀୟ ଝିଅ-ଜୋଇଁର ପରିଚୟ ଦେଇ ଠକୁଥିବା ଅନିଲ ମହାନ୍ତି ଓ ହଂସିତା ଅଭିଲିପ୍ସାଙ୍କ ମଧ୍ୟରୁ ହଂସିତା ଅଭିଲିପ୍ସାଙ୍କ ଘରେ ଆଜି ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ଭୁବନେଶ୍ବର ସମେତ ୧୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହେଉଥିବାର ସୂଚନା ରହିଛି। ଘର, ଅଫିସ ସମେତ ଆକାଉଣ୍ଟ ଟ୍ରାଞ୍ଜାକ୍ସରର ଚାଲିଛି ଖୋଳତାଡ଼। ଏଣେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ବି ଚଢ଼ାଉ କରିବାକୁ ପ୍ରସ୍ତୁତ ହେଉଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ପୁଲିସ ଠକ ଯୋଡ଼ିଙ୍କ କଳା ସାମ୍ରାଜ୍ୟର ଗୁମର ଫିଟାଇବାକୁ ପଦକ୍ଷେପ ନେଉଛି।ଉଭୟଙ୍କୁ ପୁଲିସ ଗିରଫ କରିଥିଲା। ହଂସିତା ବିବାହିତା ହୋଇଥିଲେ ହେଁ ସ୍ବାମୀଙ୍କଠାରୁ ଦୂରରେ ରହୁଥିଲେ। ସେହିଭଳି ଅନୀଲ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ଛାଡ଼ି ଅଲଗା ରହୁଥିଲେ। ରାଜଧାନୀର ପଟିଆ ରଘୁନାଥନଗର ଅଞ୍ଚଳର ଏକ ଦାମୀ ଆପାର୍ଟମେଣ୍ଟରେ ସୁଦୃଶ୍ୟ ଫ୍ଲାଟ୍ରେ ଏମାନେ ଦମ୍ପତି ପରିଚୟରେ ରହୁଥିଲେ। ଦାମୀ ଗାଡ଼ି, ଦାମୀ ଫ୍ଲାଟ୍ ଓ ଦାମୀ ଚଳଣିରେ ପ୍ରଚୁର ଅର୍ଥ ଉଡ଼ାଉଥିଲେ। ପୂର୍ବରୁ ଅନୀଲ୍ ୟୁନିଟ୍-୮ ଅଞ୍ଚଳରେ ଏକ ଗାଙ୍ଗୁରାମ ସୁଇଟ୍ସ ଦୋକାନ କରିଥିଲେ। କିନ୍ତୁ ହଂସିତାଙ୍କ ସଂସ୍ପର୍ଶରେ ଆସିବା ପରଠୁ ସେ କୋଟିପତି ପାଲଟିଗଲେ। ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକୁ ସିଏସ୍ଆର୍ ପାଣ୍ଠି ଯୋଗାଇବା ପାଇଁ ଏହି ଠକ ଯୋଡ଼ି ୨୦ ପ୍ରତିଶତରୁ ଅଧିକ କମିସନ ଦାବି କରୁଥିଲେ। ସେଥିରେ ପୁଣି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ସମ୍ପର୍କୀୟ ଝିଅ-ଜୋଇଁ ପରିଚୟ ଦେବା ଥିଲା ବଡ଼ ପ୍ରସଙ୍ଗ। ଏହି ସମ୍ପର୍କ ନକଲି ବୋଲି ପୁଲିସ ଜାଣିବାକୁ ପାଇଛି।

 

Aei Odisha

Related Posts

ରାଇରଙ୍ଗପୁର ଗୋଶାଳା ର ୬୯ତମ ଗୋପାଷ୍ଠମୀ ମହାସମାରୋହରେ ପାଳିତ

ରାଇରଙ୍ଗପୁର(ଶ୍ଯାମଳେନ୍ଦୁ ପରିଡା)ମୟୂରଭଞ୍ଜ ଜିଳ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ଅଳାଁଡୁବା ଅଧିନରେ ଥିବା ଗୋଶାଳା ଠାରେ ୬୯ତମ ଗୋପାଷ୍ଠମୀ ମହାସମାରୋହରେ ପାଳିତ ହୋଇଯାଇଛି I କାର୍ତ୍ତିକ ମାସ ଶୁକ୍ଳ ଅଷ୍ଠମୀ ତିଥି ଗୁରୁବାର ଦିନ ପବିତ୍ର ଗୋପାଷ୍ଠମୀ ଶୁଭଲଗ୍ନରେ ଗୋଶାଳା…

କୁଚେଇବୁଢୀରେ ମା ଜଗଦ୍ଧାତ୍ରୀ ପୂଜା ମହାସମାରୋହରେ ପାଳିତ

ରାଇରଙ୍ଗପୁର(ଶ୍ଯାମଳେନ୍ଦୁ ପରିଡା)ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ମୁର୍ମୁ ଛକ ନିକଟରେ ୧୯୮୬ ମସିହାଠାରୁ ସାର୍ବଜନୀନ କୁଚେଇବୁଢୀ ମା ଜଗଦ୍ଧାତ୍ରୀ ପୂଜା କମିଟୀ ଆନୁକୂଲ୍ଯରେ ମା ଜଗଦ୍ଧାତ୍ରୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି I ୨୯ ତାରିଖ ବୁଧବାର ଦିନ…