ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇଅଙ୍କକୁ ଖସିଲା ସଂକ୍ରମଣ

Posted by - January 20, 2022
ସୋନପୁର:(ଅଜିତ କୁମାର ପୁଝାରୀ)କରୋନା ର ତୃତୀୟ ଲହର ଓମିକ୍ରନର ସଫଳ ମୁକାବିଲା କରିବା ପାଈଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ବହୁବିଧ ବ୍ୟବସ୍ଥା ସହ ସମ୍ପୂର୍ଣ ପ୍ରସ୍ତୁତ ହୋଇ ରହିଛି l ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଗସ୍ତ କରିବାସହ ହୋମ ଆଇସୋଲେସନ ରେ ଥିବା କୋଭିଡ ରୋଗୀ ତଥା କୋଭିଡ ଯତ୍ନ କେନ୍ଦ୍ର ଗୁଡିକୁ ଯାଇ ତୃଣ ମୂଳ ସ୍ତରରେ
Read More

ବୌଦ୍ଧରେ ତିନିଲକ୍ଷ ଛୁଇଁଲା କୋଭିଡ୍ ପ୍ରଥମଡୋଜ୍ ଟିକା

Posted by - January 19, 2022
ବୌଦ୍ଧ:(ଚିତ୍ତ ରଂଜନ ସିଂ)କୋଭିଡ୍ ଟିକାକରଣରେ ବୌଦ୍ଧଜିଲ୍ଲାର ୧୮ରୁ ଉର୍ଦ୍ଧ ବୟସ ବର୍ଗର ପ୍ରଥମ ଡୋଜ୍ ଅଙ୍କ ଆଜି ତିନିଲକ୍ଷ ଛୁଇଁଛି। ଗତବର୍ଷ ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଜାତୀୟ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ନିମନ୍ତେ ୧୮ରୁ ଉର୍ଦ୍ଧ ଟିକାକରଣ ପାଇଁ ୩୨୮୮୧୦ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଆଜି ସୁଦ୍ଧା ସମଗ୍ର ଜିଲ୍ଲାର ୩୦୦୦୨୦ ଜଣକୁ ପ୍ରଥମ ଡୋଜ୍ କୋଭିସିଲ୍ଡ୍ ଟିକା ଦିଆ ସରିଛି ଯାହା ମୂଳ ଲକ୍ଷ୍ୟର ୯୧.୨ ପ୍ରତିଶତ ଅଟେ। ଜିଲ୍ଲାରେ
Read More

ଭୁବନେଶ୍ୱର ଏମ୍ସ ଡାକ୍ତରଖାନା ର ୨୫୦ ଜଣ ଡାକ୍ତର ଓ କର୍ମଚାରୀ କୋଭିଡ ସଂକ୍ରମିତ: ଓପିଡି ବନ୍ଦ

Posted by - January 16, 2022
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲ୍ ର ୨୫୦ ଜଣ ଡାକ୍ତର ଓ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସୋମବାର ଦିନ ଠାରୁ ଓପିଡି(Out Patient Department) ସେବା କୁ ବନ୍ଦ କରିବାକୁ ମ୍ୟାନେଜମଣ୍ଟ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଭୁବନେଶ୍ୱର ଏମ୍ସ ର ମେଡ଼ିକାଲ୍ ଅଧିକ୍ଷକ ପ୍ରଫେସର୍ ସଚ୍ଚିଦାନନ୍ଦ ମହାନ୍ତି ଏନେଇ କହିଛନ୍ତିି ଅନୁଷ୍ଠାନ ର ୨୫୦ ରୁ ଅଧିକ ଡାକ୍ତର କର୍ମଚାରୀ ଓ ଛାତ୍ର କରୋନା ସଂକ୍ରମିତ
Read More

କୋଭିଡ ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ : କଳାହାଣ୍ଡି ଜିଲ୍ଲାପାଳ

Posted by - January 12, 2022
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶ ତଥା ରାଜ୍ୟରେ କରୋନା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ କଳାହାଣ୍ଡିରେ ମଧ୍ୟ ଗତ ସାତ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।ଜିଲ୍ଲାରେ ଗତ ଜାନୁୟାରୀ ୬ ତାରିଖ ରେ ମାତ୍ର ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୨ ତାରିଖ ଦିନ ଏହା ବୃଦ୍ଧି ପାଇ ୧୭୭ ରେ ପହଞ୍ଚିଛି।ଜିଲ୍ଲାରେ କରୋନା ସଂକ୍ରମଣ କୁ ରୋକିବା ସକାଶେ ପ୍ରଶାସନ ପକ୍ଷରୁ
Read More

କୋଭିଡ ପର୍ଯ୍ୟବେକ୍ଷକଙ୍କ ବୌଦ୍ଧ ଗସ୍ତ

Posted by - January 12, 2022
ବୌଦ୍ଧ: (ଚିତ୍ତ ରଂଜନ ସିଂ)ତଫସିଲଭୁକ୍ତ ଜାତି ଓ ଜନଜାତି ବିଭାଗର ସ୍ୱତନ୍ତ୍ର ସଚିବ ବିଶ୍ୱ ରଞ୍ଜନ ସାସମଲ କୋଭିଡ ପର୍ଯ୍ୟବେକ୍ଷକ ଭାବରେ ବୌଦ୍ଧଜିଲା ଗସ୍ତରେ ଆସି ଜିଲାରେ କୋଭିଡ ଓ ଓମିକ୍ରନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି । ସେ ଭୁବନେଶ୍ୱରରୁ ବୌଦ୍ଧ ଆସିବା ରାସ୍ତାରେ ହରଭଙ୍ଗା ବ୍ଲକ ଝାଡରାଜିଙ୍ଗସ୍ଥିତ ତଫସିଲଭୁକ୍ତ ଜାତି ଓ ଜନଜାତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ନିର୍ମାଣାଧିନ ୫ଟି ବିଦ୍ୟାଳୟ ପରିଦର୍ଶନ
Read More

ଧିରେ ଧିରେ ବୃଦ୍ଧି ହେଉଛି ବୌଦ୍ଧ ଜିଲ୍ଲାରେ କରୋନା ଗ୍ରାଫ

Posted by - January 12, 2022
ବୌଦ୍ଧ :ବୌଦ୍ଧ ଜିଲ୍ଲାରେ ଧିରେ ଧିରେ ତୃତୀୟ ଲହର କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି!ଜିଲ୍ଲା ସୂଚନା ଅନୁଯାଇ ଆଜି ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ତେଲିବନ୍ଧ ରୁ ଜଣେ, ବୌଦ୍ଧ NAC ପୋଡାପଡା ରୁ ଜଣେ ଓ ରାଜନ ପାଲି ରୁ ୨ଜଣ, ହରଭଙ୍ଗା ବ୍ଲକ ତଳ ଗାଁ ପଂଚାୟତ ସାନକୋଇ ଓ ପୁରୁଣାପାଣି ଏବଂ ରାମଗଡ ପଂଚାୟତ କୋଡାପଡା ଗ୍ରାମରୁ ରୁ ଜଣେ ଲେଖାଏଁ, ଏବଂ କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଂଚାୟତ ସିର୍ମାଲ,
Read More

ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା:ରାଜ୍ୟରେ ଦୈନିକ ସଂକ୍ରମଣ ୭ ହଜାର ପାର

Posted by - January 11, 2022
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଓଡ଼ିଶାର ୩୦ ଟି ଯାକ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୭ ହଜାର ଟପି ଯାଇଛି।ଗତ ୨୪ ଘଣ୍ଟାରେ ୭ ହଜାର ୭୧ ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ ବର୍ଷରୁ କମ୍ ବୟସ ବର୍ଗର ୭୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସେହିପରି ସଂଗରୋଧ କେନ୍ଦ୍ରରୁ ୪ହଜାର ୧୨୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨
Read More

ଆରମ୍ଭ ହେଲା ବୁଷ୍ଟର ଡୋଜ

Posted by - January 11, 2022
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ ର ବୁଷ୍ଟର ଡୋଜ। ଜିଲାର ସ୍ୱାସ୍ଥ୍ୟ କର୍ମୀ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ଆଜି ଏହି ଡୋଜ ଦିଆଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏହି ବୁଷ୍ଟର ଡୋଜ ଦିଆଯାଉଛି।  
Read More

ଜଟିଳ ହେବାରେ ଲାଗିଛି କୋଭିଡ ସ୍ଥିତି:ଦୈନିକ ସଂକ୍ରମଣରେ ରେକର୍ଡ

Posted by - January 9, 2022
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶ ତଥା ଓଡ଼ିଶାରେ ଅତି ତୀବ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି Covid ଓ Omicron ସଂକ୍ରମଣ ।ଶନିବାର ଦିନ ଆଉ ୧୪ ଜଣ ନୂଆଁ Omicron ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ରେ ପହଞ୍ଚିଛି।ଏହି ୧୪ ଜଣ ନୂଆଁ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣଙ୍କ ଟ୍ରାଭେଲ୍ ହିଷ୍ଟ୍ରି ରହିଥିବା ବେଳେ ୪ ଜଣ ସ୍ଥାନୀୟ ଏବଂ ବାକି ଦୁଇ ଜଣଙ୍କ ବାବଦରେ ସଠିକ୍
Read More

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା, ନେତା ମହଲରେ କୋକୁଆ ଭୟ

Posted by - January 7, 2022
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ରରାଜ୍ୟ ରେ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ତାର ବିଭିନ୍ନ ପ୍ରଜାତି ରାଜ୍ଯ ତଥା ଦେଶପାଇଁ ଚିନ୍ତାର କାରଣ ହୋଇଛି। ଏ ପରିପ୍ରେକ୍ଷୀରେ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା କଳାହାଣ୍ଡି ପ୍ରଭାରୀ ନବ ଦାସ କରୋନା ସଂକ୍ରମିତ ହେବା ଘଟଣା ନେତା ମହଲରେ କୋକୁଆ ଭୟ ସୃଷ୍ଟି କରିଛି। ସୂଚନା ରୁ ଜଣାଯାଏ ଯେ ଗତ ୬ ତାରିଖ ଦିନ ଶ୍ରୀ ଦାସ କଳାହାଣ୍ଡି
Read More