[mashshare buttons="false"]
ଅନନ୍ୟା ସାହିତ୍ୟ ସଂସଦ ଓ ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଦ୍ୱାଦଶ ରାଜ୍ୟସ୍ତରୀୟ ଯାଜପୁର ପୁସ୍ତକମେଳାର ୬ଷ୍ଠ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଅନନ୍ୟାର ସଭାପତି ସନ୍ତୋଷ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଯାଜପୁର ଜିଲ୍ଲ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ ଉଦ୍ଘାଟକ ଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ଫକୀର ମୋହନ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୂଳପତି ଡଃ କୁମରବର ଦାସ ଯୋଗଦେଇ ପୃଥିବୀର ସମସ୍ତ ଜ୍ଞାନୀ ମନୁଷ୍ୟ ପୁସ୍ତକ ମାଧ୍ୟମରେ ହିଁ ନିଜର ସ୍ୱୀକୃତି ପ୍ରାପ୍ତ ହୋଇପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତାଭାବେ ବିଶିଷ୍ଟ ସାହିତ୍ୟକ ତଥା ଧର୍ମଶାଳା ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ମନୋରଂଜନ ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକ ଡଃ ସୂର୍ଯ୍ୟମଣୀ ଖୁଂଟିଆ, ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସଂସ୍କୃତବିତ୍ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗଦେଇ ସମଗ୍ର ବିଶ୍ୱର ହିତାସାଧନ ବହି ମାଧ୍ୟମରେ ସମ୍ଭବ ହୁଏ ପ୍ରକାଶ କରିଥିଲେ । ଏହି ଅବସରରେ ଲେଖକ ସୁଶାନ୍ତ ପଣ୍ଡାଙ୍କ ରଚିତ ‘ଅମୃତ ତଟିନୀ’ ପୁସ୍ତକ ଉନ୍ମୋଚନ ହୋଇଥିଲା ପରିଶେଷରେ ବିଶ୍ୱଜିତ୍ ସାହୁ ଙ୍କ ରଚନା ଓ ନିର୍ଦ୍ଦେଶନାରେ ଆହ୍ୱାନ ପକ୍ଷରୁ ‘ଗାନ୍ଧିଛକ’ ନାଟକ ପରିବେଷଣ ହୋଇଥିଲା ।
Read More