ଖପ୍ରାଖୋଲ ୨୫/୧୨( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ସ୍ତରୀୟ ଶୌଣ୍ଡିକ ସମାଜ ସମ୍ମିଳନୀ ଲାଠୋର ସ୍ଥିତ ଗୋଷ୍ଟି କେନ୍ଦ୍ର ପ୍ରାଙ୍ଗଣରେ ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି । ଅନୁଷ୍ଟିତ ସମ୍ମିଳନୀ ବ୍ଲକ ସଭାପତି ବିଜୟ ବେହେରାଙ୍କ ସଭାପତିତ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ସଭାପତି କଲାକାହ୍ନୁ ବେହେରା , ମୁଖ୍ୟ ବକ୍ତା ରୂପେ ସୋନପୁର ଜିଲ୍ଲା ସଭାପତି କାମଦାର ବେହେରା, ସମ୍ମାନିତ ଅତିଥି ରୂପେ ରାଜ ବୁଢାସମ୍ବର ସଭାପତି ଅମୂଲ୍ୟ କୁମାର ବେହେରା , ବଲାଙ୍ଗିର ଜିଲ୍ଲା ପୂର୍ବତନ ସଭାପତି ତେଜରାଜ ବେହେରା, ରାଜବୁଢା ସମ୍ବର ପୂର୍ବତନ ସଭାପତି ତୁଲରାମ ବେହେରା , ଆଞ୍ଚଳିକ ସଭାପତି ଲିଙ୍ଗରାଜ ବେହେରା , ବରିଷ୍ଟ ସଦସ୍ୟ ନବିନ ବେହେରା , ତୁରେକେଲା ସଭାପତି ମହାଦେବ ବେହେରା , ପାଟଣାଗଡ ସଭାପତି ଭରତ ବେହେରା ଜୋଗ ଦେଇଥିବା ବେଳେ ଗଣ୍ଡାରାମ ବେହେରା ମଞ୍ଚ ପରିଚାଳନା କରିଥିଲେ ।

ମୁଖ୍ୟ ବକ୍ତା ଶ୍ରୀ ବେହେରା ମତାନ୍ତର ମନାନ୍ତର ଭୁଲି ସମାଜ ର ସଭିଏ ଏକତ୍ରିତ ହୋଇ ସମାଜ ର ବିକାଶ କରିବା ସହ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବା ସମାଜ ର ଲୋକଙ୍କୁ ନ୍ୟାୟ ଦେବ ପାଇଁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ମାନେ ସମାଜ ର ସମସ୍ତେ ଏକତ୍ରିତ ହୋଇ ହରିଶଙ୍କର ଠାରେ ଏକ ଗୋଷ୍ଟି କେନ୍ଦ୍ର ନିର୍ମାଣ କରିବା । ସମାଜ କୁ ସୁଦୃଢ କରିବା ସମାଜ ର ସମସ୍ତ ସଦସ୍ୟ ସାମିଲ ହେବାକୁ କହିଥିଲେ । ଏହି ଅବସରରେ ରାଜ କୁମାର ବେହେରା, ନକୁଳ ବେହେରା ବୁଲୁ ବେହେରା , ପରମେଶ୍ଵର ବେହେର , ଦୁର୍ଗା ବେହେରା, ବେଦବ୍ୟାସ ବେହେରା, ଶ୍ୟାମ ବେହେରା, ହରେକୃଷ୍ଣ ବେହେରା, ପ୍ରଦୀପ ବେହେରା , ତାପସ ରଞ୍ଜନ ବେହେରା ଓ ଶୌଣ୍ଡିକ ସମାଜ ର ଶତାଧିକ ସଦସ୍ୟ ମାନେ ଯୋଗ ଦେଇଥିଲେ