କେସିଙ୍ଗା : (ପ୍ରୀତୀଶ ପଟେଲ)କେସିଙ୍ଗା ର ସ୍ଵସ୍ଥା ଜନିତ ସମସ୍ୟା କୁ ନେଇ ଆଜି ସକାଳ ୧୧ ଘଟିକା ସମୟେ ବିଧାୟକ ପ୍ରତିନିଧି ଶ୍ରୀମତୀ ସରିତା ସିନ୍ଦୁରଙ୍କ ଅଧ୍ୟକ୍ଷତା ରେ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର କେସିଙ୍ଗା ରେ ରୋଗୀ କଲ୍ୟାଣ ସମିତି ର ସଭା ଅନୁଷ୍ଠିତ ହୋଇଯାଇଅଛି।

ଏଥିରେ କେସିଙ୍ଗା ନଗରପାଲ ଶ୍ରୀଯୁକ୍ତ ନୃପରାଜ୍ ଯାଦବ ଙ୍କ ସହିତ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଅଧ୍ୟକ୍ଷା ଡ ପ୍ରୟାଗ ପ୍ରତିଶ୍ରିତି ମାଝୀ, ଡ ଆକାଶ ସାହୁ, ପ୍ରଶାନ୍ତ ବାନାର୍ଜୀ, ଉମାଶଙ୍କର ସାହୁ, ବଜରଙ୍ଗ ଜୈନ, ଫାର୍ମାସିଷ୍ଟ ଗୋପାଳ କ୍ରିଷ୍ଣା ପାଣିଗ୍ରାହୀ, ଏଲ ଟି ଜେ ଏଲ୍ ମହାନନ୍ଦ, ନର୍ସିଂ ଅଫିସର ସାରଥୀ ଦେଇ, ମଧୁସ୍ମିତା ମହାନ୍ତି, ହିସାବ ରକ୍ଷକ ବିଶ୍ଵ ଭୂଷଣ ପ୍ରଧାନୀ, ରେଡ଼ିଓଗ୍ରାଫର କୈଳାଶ ଚନ୍ଦ୍ର ବାରିକ ଉପସ୍ଥିତ ଥିଲେ।

ଏହି ସଭାରେ ଡାକ୍ତରଖାନା ର ସୁବିଧା ଅସୁବିଧା ସମସ୍ତ ବିଷୟ ଆଲୋଚନା ହୋଇଥିଲା। ଡାକ୍ତରଖାନାରେ ଡାକ୍ତର ସଂଖ୍ୟା, ଲ୍ୟାବ ଟ୍ୟାକ୍ନିସିଆନ ବଢେଇବା ପାଇଁ, ପୁରୁଣା ଷ୍ଟାଫ କ୍ୱାର୍ଟର ଭାଙ୍ଗି ନୂତନ ଷ୍ଟାଫ କ୍ୱାର୍ଟର ବନାଇବା, ପି ପି ପି ମୋଡ ରେ ଚାଲିଥିବା କୃଷ୍ଣା ଡିଆଗ୍ନୋଷ୍ଟିକ ର କଲେକ୍ସନ ପଏଣ୍ଟ କେସିଙ୍ଗା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଦେବା ପାଇଁ ଦାବି ଜିଲ୍ଲାପାଳଙ୍କ ଠାରେ କରାଯିବ ପାଇଁ ଦାବି ଉଠିଥିଲା। ଶେଷରେ ଫାର୍ମାସିଷ୍ଟ ଗୋପାଳ କ୍ରିଷ୍ଣା ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ।