ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟର ନୂତନ କୋଠା ଉଦଘାଟିତ l ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଭିଡିଓ କନଫେରେସିଂ ଜରିଆରେ ନୂତନ କୋଠାର ଲୋକାର୍ପଣ ହୋଇଛି l

ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ସମାରୋହରେ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓ, ଜିଲ୍ଲାପାଳ ଅନ୍ୟା ଦାସ ଓ ଜିଲ୍ଲାପରିଷଦ ଅଧ୍ୟାକ୍ଷା ସୁପାର ଠେଲା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l

୨୦୧୯ ମସିହାରେ ସହରର ପାନିସିଆଳି ନିକଟରେ ୧୦ ଏକର ଜମିରେ ଏହି ବିଦ୍ୟାଳୟ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ l ମୋଟ ୧୫ କୋଟି ୮୦ ଲକ୍ଷ ଟଙ୍କାରେ ଅତ୍ୟାଧୁନିକ ବ୍ୟବସ୍ଥାରେ ନିର୍ମିତ ଏହି କୋଠାକୁ ଆଜି ନିଜେ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିବାରୁ ଅଞ୍ଚଳବାସୀ ବେଶ ଖୁସି ଅନୁଭବ କରିଥିବା କହିଛନ୍ତି ବଲାଙ୍ଗୀର ସାଂସଦ ।