ଖପ୍ରାଖୋଲ ୧୮/୨(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଘୁନୁସର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ର ସ୍ଥାନୀୟ ସରପଞ୍ଚ ଅନୁଶୟା ସାହୁ ଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବ୍ଲକ୍ ଅଧକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥି ରୂପେ ବ୍ଲକ୍ ଉପାଧକ୍ଷ ଶୁଖିରାମ୍ ସାଣ୍ଡ, ନୋଡାଲ ଅଧିକାରୀ ଭାବରେ ଏ ପି ଓ ପ୍ରଶାନ୍ତ କୁମାର ସାହୁ, ପି ଇ ଓ ବାହୁବଳେନ୍ଦ୍ର ପୁରୋହିତ, ସମାଜ କର୍ମୀ ପବିତ୍ର ପଟେଲ, ମାୟାଧର ସାହୁ, ଏମ୍ ବି କେ ନିରୁପମା ମିଶ୍ର ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଲୋକାଭି ମୁଖୀ ଯୋଜନା ଉପରେ ଆଲୋକପାତ କରିବା ସହିତ ଯୋଗ୍ୟ ପରିବାର ସରକାରୀ ଯୋଜନା ର ଲାଭ ନେବା କୁ କହିଥିଲେ।

ଏହି ଅବସରରେ ପଞ୍ଚାୟତ ର ବିକାଶ କାର୍ଯ୍ୟ ଉପରେ ପ୍ରସ୍ତୁତ ପୁସ୍ତିକା ପ୍ରଦର୍ଶିତ ହୋଇଥିଲା। ପରେ କଳାକାର ମାନଙ୍କ ଦ୍ବାରା ନାଚ ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିବା ବେଳେ ମଞ୍ଚ ଦୁଲୁକି ଥିଲା। କାର୍ଯ୍ୟକ୍ରମ କୁ ମୋହନ ସୁନା ପରିଚାଳନା କରିଥିବା ବେଳେ ଜି ଆର୍ ଏସ ହେମନ୍ତ ଭୋଇ, ଯୋଗାଣ ସହାୟକ ପ୍ରକାଶ ଦାଶ, ଜ୍ୟୋତିଷ ସାହୁ ସମେତ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ସ୍ବାସ୍ଥ୍ୟ କର୍ମୀ, ଏସ ଏଚ ଜି ମହିଳା, ଜନସାଧାରଣ ଉପସ୍ଥିତ ଥିଲେ।