ତାହେଲେ ବୀପୂଲ୍ କେଉଁଠି?

ଟିଟିଲାଗଡ/ ଜି ଉଦୟଗିରି; ( ସଞ୍ଜୟ କୁମାର ନାୟକ)ବିପୁଲ କୁମାର ନାଏକ, ପିତା- ସ୍ଵର୍ଗତ ବାମ ଦେବ ନାଏକ, ନିବାସୀ କନବା ଗିରି, ଜି ଉଦୟଗିରି, ଜିଲ୍ଲା – ଫୁଲବାଣୀ । ବିପୂଲ୍ ଯାଜପୁର ରେଳବାଇ ୟାର୍ଡରେ କାର୍ଯ୍ୟ କରୁଥିଲେ। ଖ୍ରୀଷ୍ଟମାସ ପାଳନ କରିବା ପାଇଁ ନିଜ ଘରକୁ ଯାଜପୁର ରେଳ ଷ୍ଟେସନ ଠାରୁ ଭୁବନେଶ୍ୱର୍ ଅଭିମୁଖେ ବଡବିଲ ପୁରି ଏକ୍ସପ୍ରେସ ଟ୍ରେନ ଯୋଗେ ସନ୍ଧ୍ୟା ୪ ଟା ସମୟରେ ବସିଥିଲେ। ଟ୍ରେନ ବହୁତ ଭିଡଥିବା ସମ୍ବନ୍ଧରେ ନିଜ ସ୍ତ୍ରୀ କୁ ଫୋନ କରି ଜଣାଇବା ସହ ମତେ ସିଟ ମିଳୁନି ମୁଁ ଭୁବନେଶ୍ୱରରେ ପହଞ୍ଚି ଜଣାଇବି ବୋଲି କହିଥିଲେ।

ଘର ଲୋକ ସନ୍ଧ୍ୟା ସାତ ଟା ସମୟରେ ଫୋନ କରିବାରୁ ଖୋର୍ଦ୍ଧା ଆରପିଏଫ ଫୋନ ଉଠାଇ ଟିଟି ଜଣେ ଆମକୁ ସବୁ ଜିନିଷ ପତ୍ର, ମୋବାଇଲ ଦେବା ସହ ଜଣେ ଯୁବକ ଟ୍ରେନରୁ ପଡିଗଲେ ବୋଲି ଷ୍ଟେଟମେଣ୍ଟ ଲେଖି ଦେଇଥିବା ଆର ପି ଏଫ କହିଥିବା ବିପୁଲ ଙ୍କ ଭିଣୋଇ ଯୋଗେନ୍ଦ୍ର ସିଂ ସୁଚନା ଦେଇଛନ୍ତି। ତାହେଲେ ବିପୁଲଙ୍କ ଶରୀର ଏ ଯାଏଁ ପରିବାର ବର୍ଗଙ୍କୁ ମିଳି ନାହିଁ, କି ଆରପିଏଫକୁ ମଧ୍ୟ କୌଣସି ମୃତ ଦେହ ମିଳି ନ ଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତାହେଲେ ବିପୁଲଙ୍କ ଜିନିଷ ଟିଟିଙ୍କୁ କିପରି ମିଳିଲା ?

ସେ ଟି ଟି ଆଇ ଙ୍କୁ ପଚରା ଉଚରା କଲେ ଜଣା ପଡ଼ିବ, କେଉଁ ଷ୍ଟେସନ ନିକଟରେ ବିପୁଲ୍ ପଡ଼ିଲେ, ତାହାର ତଥ୍ୟ ଆଧାରରେ ତଦନ୍ତ କରାଗଲେ କିଛି ଜଣା ପଡନ୍ତା ବୋଲି ପରିବାର ବର୍ଗ ଗୁହାରି କରୁଛନ୍ତି। ବିପୁଲଙ୍କ ବାହା ଘରର ଆଠ ମାସ ପୁରିଥିବା ବେଳେ ତାଙ୍କ ସ୍ତ୍ରୀ ଛ ମାସର ଗର୍ଭବତୀ ବୋଲି ସୂଚନା ମିଳିଛି। ବାପା ମାଆ ଦୁନିଆଁରେ ଆଉ ନ ଥିବା ବେଳେ ସ୍ତ୍ରୀ ଏବେ ଚିନ୍ତାରେ, ବିପୁଲଙ୍କ ତିନି ଭଉଣୀ ମଧ୍ୟ ଚିନ୍ତାରେ ଥିବା ବେଳେ ବିପୁଲ ଏବେ କେଉଁଠି ? ଜୀବିତ ନା ମୃତ ? ଏ ରହସ୍ୟର ଉନ୍ମୋଚନ କରିବ କିଏ ?

ତାଙ୍କ ମୋବାଇଲ ଓ ଜିନିଷ ପତ୍ର ମିଳିଲା ତାହେଲେ ବିପୂଲଙ୍କ ଶରୀର ଗଲା କୁଆଡେ ? ଏହାର ସତ୍ୟତା ବାହାରିବା ନିତ୍ୟାନ୍ତ ଦରକାର, ତାଙ୍କ ସ୍ତୀ ଙ୍କ ଅବସ୍ଥା ଅତି ଦୁଃଖଦାୟକ। ବିପୁଲଙ୍କ ଭଉଣୀ ଭିଣୋଇ ଆଖପାଖ ଡାକ୍ତରଖାନା, ଷ୍ଟେସନ ସବୁ ଖୋଜା ଖୋଜି କଲାପରେ ବି କିଛି ସୁରାକ ପାଇଲେ ନାହିଁ, ତାହେଲେ ବିପୁଲ ଗଲେ କୁଆଡେ ? ୨୪ ତାରିଖରୁ ନିଖୋଜ ଅଛନ୍ତି ବିପୁଲ। କେବେ ଫେରିବେ ଚାହିଁ ବସିଛନ୍ତି ପରିବାର ଲୋକେ। ବିପୁଲ ଙ୍କ ଭିଣୋଇ ଯୋଗେଶ ସିଂ ଆମ ପ୍ରତିନିଧିଙ୍କୁ ସାହାଯ୍ୟ କରିବାକୁ କଲେ ଗୁହାରି।