ହରଭଙ୍ଗା: (ଚିତ୍ତ ରଞ୍ଜନ ସିଂ)ହରଭଙ୍ଗା ବ୍ଲକ ତିଳେଶ୍ୱର ହାଇସ୍କୁଲ ଖେଳ ପଡିଆରେ ରାଜ୍ୟସ୍ତରୀୟ ଫୂଟବଲ ଟୁର୍ନାମେଣ୍ଟ ପଞ୍ଚମ ଦିନରେ ପହଁଚିଛି l ଏହି ମ୍ୟାଚ ବଜରଙ୍ଗୀ କ୍ଲବ ଭୁବନେଶ୍ଵର ସହିତ ଜରାସିଂହା କ୍ଲବ ବଲାଙ୍ଗୀର ମଧ୍ୟ୍ୟରେ ଅନୁଷ୍ଠିତ ହୋଇଥିଲା l ତେବେ ଭୁବନେଶ୍ୱର ଦଳ ଏକାତରଫା ଭାବେ ୪- 0  ଗୋଲରେ ବଲାଙ୍ଗୀର କୁ ହରାଇ ବିଜୟୀ ହୋଇଥିଲା l

ମୁଖ୍ୟ ରେଫରି ଭାବେ ଶେଷଦେବ ବେହେରା ଖେଳ ପରିଚଳନା କରିଥିଲେ l ଲାଇନ୍ସମେନ ଭାବେ ସଲିଲ ବେହେରା, ପ୍ରତାପ ପ୍ରଧାନ ଏବଂ ଫୋର୍ଥ ରେଫର ବଳରାମ ବେହେରା ଦାୟିତ୍ୱ ତୁଲାଇଥିଲେ l

୭  ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟ ବିଶ୍ଵଜିତ ମିଶ୍ର ମୁଖ୍ୟ ଅତିଥି, ସାମ୍ପୋଜ ସରପଞ୍ଚ କଲ୍ୟାଣୀ ପ୍ରଧାନ, ଅଞ୍ଚଳର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର ପ୍ରଧାନ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ l ଆସୋସିଏସନ ର ସଭାପତି ଅର୍ଜୁନ ପ୍ରଧାନ, ବିଜ୍ଞାନ କର୍ଣ୍ଣ, ଶୁଭ୍ରଜିତ ପ୍ରଧାନ, ନାରାୟଣ ମହାନ୍ତି, ବିକ୍ରମ ପ୍ରଧାନ, ବିକାଶ ମିଶ୍ର, ସିମୁନ ନାଏକ, ମିଟୁ ବେହେରା, ମହେଶ୍ୱର ମହାନ୍ତି,ଙ୍କ ସମେତ ଆସୋସିଏସନ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l