
ଧର୍ମଗଡ଼:୧୮/୭( ହେମନ୍ତ କୁମାର ମାଝୀ)+୩ ବୋଡ଼ର୍ ଡିଗ୍ରୀ କଲେଜ କାଙ୍କେରୀ ଠାରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀ ଗୁପ୍ତେଶ୍ୱର ମେହେର ଙ୍କ ଅଧ୍ୟକ୍ଷତା ରେ ବନ ମହୋତ୍ସବ ତଥା ଏକ ସଚେତନତା ମୂଳକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ କମିଟି ସଭାପତି ଶ୍ରୀ ଯୁକ୍ତ ଦିକଷନ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ଛାତ୍ର ଛାତ୍ରୀଙ୍କୁ ଉତ୍ସାହ କରିଥିଲେ ଏବଂ ମହାବିଦ୍ୟାଳୟ ଅଧ୍ୟାପକ ଅଭିମନ୍ୟୁ ନାଏକ,ପୂର୍ଣ୍ଣଚନ୍ଦ୍ର କୁମାର,ଦେବେନ୍ଦ୍ର ସୁନାନୀ, ଧର୍ମୁ ନାଏକ, କମଳା କାନ୍ତ ଧଙ୍ଗଡ଼ା ମାଝୀ, ସ୍ବିଟି ଧର, କିରାଣୀ ଗୋବର୍ଦ୍ଧନ ନାଏକ, ସ୍ୱେଚ୍ଛାସେବୀ ମହେଶ୍ବର ସୁନାନୀ,ଖେଳ ଶିକ୍ଷକ ସୁରେଶ ନାଏକ, ଡି.ଇ.ଓ ମିତ୍ର ମଣୀ ଟୋଲଟିଆ, ଏକତା ପାଢ଼ୀ, ଲବ ନାଏକ, ଜଗନ୍ନାଥ ନାଏକ,ବିବେକ ସା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ ସାହାଯ୍ୟ ସହଯୋଗ କରିଥିଲେ।