
ପୁରୀ;୦୪/୦୫( ମନୋଜ କୁମାର ବଳୀୟାରସିଂ)ରିଖ ବୁଧବାର ସନ୍ଧ୍ୟା ୬ ଘଟିକା ସମୟରେ ଡିଏଭି ପବ୍ଲିକ ସ୍କୁଲ, ପୁରୀର ବାର୍ଷିକ ଉତ୍ସବ ତାଳବଣିଆସ୍ଥିତ ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ପଟ୍ଟନାୟକ ମହୋଦୟାଙ୍କ ତତ୍ତ୍ଵାବଧାନରେ ଏହି ଉତ୍ସବଟି ଖୁବ ଆଡ଼ମ୍ବରପୂର୍ଣ୍ଣ ଓ ଚିତ୍ତାକର୍ଷକ ହୋଇଥିଲା।
ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ଶ୍ରୀ ଶରତ ଚନ୍ଦ୍ର ବେହେରା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଭାରତ ବିକାଶ ପରିଷଦର ପୂର୍ବତନ ସଭାପତି ଶ୍ରୀଯୁକ୍ତ ପଦ୍ମନାଭ ପଣ୍ଡା, ଡିଏଭି ପବ୍ଲିକ ସ୍କୁଲ, ପୋଖରୀପୁଟର ଅଧ୍ୟକ୍ଷ ବିପିନ ବିହାରୀ ସାହୁ, ବିଦ୍ୟାଳୟର ପରିଚାଳନା କମିଟିର ଚେୟାରମ୍ୟାନ ଶ୍ରୀ ମଦନମୋହନ ପଣ୍ଡା, ଅନ୍ୟାନ୍ୟ ସଦସ୍ୟ ଯଥା ଆହ୍ଲାଦିନୀ ପଟ୍ଟନାୟକ ଏବଂ ଗୌରହରି ପ୍ରଧାନ ଆଦି ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ବେଦମନ୍ତ୍ର ପାଠ ଏବଂ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା।
ଅଧ୍ୟକ୍ଷା ମହୋଦୟା ବାର୍ଷିକ ବିବରଣୀ ପାଠ କରିଥିଲେ। ଦଶମ ଶ୍ରେଣୀର ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ଅଙ୍କ ରଖିଥିବା କୃତୀ ଛାତ୍ରଛାତ୍ରୀ ତଥା ନିଷ୍ଠାପର କାର୍ଯ୍ୟ ଦକ୍ଷତା ପାଇଁ ବିଦ୍ୟାଳୟର କର୍ମଚାରୀ ଶ୍ରୀମତୀ ସ୍ଵର୍ଣ୍ଣଲତା ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏତଦଭିନ୍ନ ଛାତ୍ରଛାତ୍ରୀଙ୍କର ଓଡ଼ିଶୀ ନୃତ୍ୟ ପରିବେଷଣ ସହ ବିଭିନ୍ନ ଭାଷାରେ ନୃତ୍ୟ ଏବଂ ନାଟକ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମରେ ସନ୍ଧ୍ୟାଟି ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ମିଳିତ ସହଯୋଗରେ ଏହି ଉତ୍ସବଟି ସାଫଲ୍ୟମଣ୍ଡିତ ହୋଇଥିଲା । ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସାଗରିକା ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶାନ୍ତିପାଠ ହୋଇ ସଭା ସାଙ୍ଗ ହୋଇଥିଲା।