ସୁକାନ୍ତ ସଭାପତି… ଭାଗବତ ସମ୍ପାଦକ ,ଫେବୃଆରୀ ରେ ସେବା ମହୋତ୍ସବ
ହରଭଙ୍ଗା( ଚିତ୍ତରଞ୍ଜନସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଶୁକ୍ରବାର ଦିନ ରାମଗଡ଼ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଆସୋସିଏସନ ସଭାପତି ବନମାଳୀ ପ୍ରଧାନ ଙ୍କ ଅଧକ୍ଷତା ରେ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ମାଁ ଭୈରବୀ ଙ୍କ ନିକଟରେ ପୂଜାର୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଭାରତର ଅର୍ଥନୈତିଜ୍ଞ ତଥା ପୂର୍ବତନ ପ୍ରଧାନ ମନ୍ତ୍ରୀ ଡ. ମନମୋହନ ସିଂ ପରଲୋକ କୁ ନେଇ ଆସୋସିଏସନ ପକ୍ଷରୁ ଆତ୍ମା ସଦ୍ଗତି କାମନା ପାଇଁ ନିରବ ପାର୍ଥନା କରାଯାଇଥିଲା l
ପରେ ଗତ ବର୍ଷ ସେବା ମହୋତ୍ସବ ଆୟବ୍ୟୟ, ଏବଂ ଆସୋସିଏସନ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା l ପରିଶେଷରେ ସଙ୍ଘ ର ନୂତନ କର୍ମକର୍ତା ଚୟନ କରାଯାଇଥିଲା l
ନୂତନ ସଭାପତି ଭାବେ ସୁକାନ୍ତ ପଟ୍ଟନାୟକ ଓ ସମ୍ପାଦକ ଭାବେ ଭାଗବତ ମେହେର ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା l ସେହିପରି ଉପ ସଭାପତି ସୁଶାନ୍ତ ବେହେରା, ସହ ସମ୍ପାଦକ କୁମୁଦ ସାହୁ, କୋଷାଧକ୍ଷ ବାସୁଦେବ ସାହୁ, ଆବାହକଭାବେ ସାମ୍ବାଦିକ ଚିତ୍ତରଞ୍ଜନ ସିଂ, କୁନା ବେହେରା ,ବନମାଳୀ ପ୍ରଧାନ ,ନାରାୟଣ ଭୁକ୍ତା ସଂଯୋଜକ ଧିରେନ ପ୍ରଧାନ ଙ୍କୁ ଦାୟିତ୍ୱ ପ୍ରଦାନ କରାଯିବା ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ଆସନ୍ତା ଫେବୃଆରୀ ରେ ଆସୋସିଏସନ ପକ୍ଷରୁ ଦ୍ୱିତୀୟ ରାଜ୍ୟସ୍ତରୀୟ ସେବା ମହୋତ୍ସବ ଅନୁଷ୍ଠିତ ପାଇଁ ନିଷ୍ପତି ନିଆଯାଇଥିଲା l