ମୁନିଗୁଡ଼ା : ( ରମାକାନ୍ତ ପଡାଲ)ପ୍ରେମ ବିବାହର କରୁଣ କାହାଣୀ । ଅସହ୍ଯ ହେଲା ଯୌତୁକ ନିର୍ଯାତନା। ବିବାହର ୪ ବର୍ଷ ପରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ପରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର। ରାୟଗଡ ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ୱାଦଳା ଥାନା ଅନ୍ତର୍ଗତ ରଘୁବାରି ପଞ୍ଚାୟତ ଖଲିଆଗୁଡା ଗ୍ରାମର ପରଖିତ ବିଭାରଙ୍କ ଝିଅ ସନିଆ ବିଭାର। ୪ ବର୍ଷ ତଳେ ସନିଆ ରଘୁବାରୀ ପଞ୍ଚାୟତ କୁଡୁବାରୁ ଗ୍ରାମ ଅକୁର କୁଲଦିପିଆ ଙ୍କ  ପୁଅ ଆଶିନ କୁଲଦିପିଆ ଙ୍କୁ ପ୍ରେମ ବିବାହ କରିଥିଲେ।

ଦୀର୍ଘ ଦିନ ହେଲା ସ୍ଵାମୀ, ଶଶୁର, ଶାଶୁ ମିଶି ମୃତ୍ୟୁ ସନିଆ ଙ୍କୁ  ଯୌତୁକ ନିର୍ଯ୍ୟାତନା ଯନ୍ତ୍ରଣ ଦେବା ସହ ଶାରୀରିକ ମାନସିକ ନିର୍ଯାତନା ଦେଉଥିବାରୁ ସନିଆ ଗତ ଦୀପାବଳି ଦିନ ନିଜ ବାପଘର ଖଲିଆ ଗୁଡା କୁ ପଳେଇ ଯାଇଥିଲେ । ଏହା ଆଧାର କରି କାହିଁକି ଆସିଥିଲେ ତାହା କୁ ସନ୍ଦେହ କରି ପରିବାର ବର୍ଗ ଅଭିଯୋଗ କରିଛନ୍ତି। ବାପ ଘରେ କିଛିଦିନ ରହିବା ପରେ ସମସ୍ୟାର ସମାଧାନ କରିବା ପାଇଁ ଆସିନ ଖଲିଆ ଗୁଡା ଗ୍ରାମକୁ ଯାଇ ନିଜ ସ୍ତ୍ରୀ ସନିଆକୁ ବୁଝା ସୁଝା କରି ଘରକୁ ଡ଼ାକି ନେଇଥିଲେ।

ହେଲେ ଶନିବାର ଦିନ କୁଡୁବାରୁ ଗାଁ ନିକଟ ଆଦିବାସୀ ସାହି ପାଖ ଏକ ଡିମିରି ଗଛରେ  ଝୁଲନ୍ତା ଅବସ୍ଥାରେ ସନିଆଙ୍କ ମୃତ ଦେହ ରହିଥିବା ପରିବାର ଲୋକ ଶୁଣିବା ପରେ ଅମ୍ୱାଦଳା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପରିବାର ଲୋକେ କହିବା କଥା ମୃତ୍ୟୁ ସନିଆ ଙ୍କ ଦେହର ପିନ୍ଧି ଥିବା ସାର୍ଟ ଶଶୁର ଘର ଲୋକେ ବଦଳାଇ ଦେଇଥିଲେ ଓ ଏହାକୁ ତଦନ୍ତ କରି ପୋଲିସ ପଚରାଉଚରା କରିବା ରୁ ଯୋଉ ବସ୍ତ୍ର ପିନ୍ଧି ମୃତ୍ୟୁ ବରଣ କରିଥିଲେ ତାହା ଶଶୁର ଘର ଲୋକେ ପୋଲିସ ହସ୍ତାନ୍ତର କରିଥିଲେ।

ସେନେଇ ପରିବାର ଲୋକେ ଶଶୁର ଘର ଲୋକେ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ବିଷମ କଟକ ଏସଡିପିଓ ସନ୍ତୋଶିନି ଓରାମଙ୍କ ସମେତ ଅମ୍ୱାଦଳା ଥାନା ଆଈ ଆଇସି କଳ୍ପନା ବେହେରା , ଏଏସଆଈ ପ୍ରଶାନ୍ତ ପାଢ଼ୀ, ହୁମଗାର୍ଡ ରୋମିୟ ନାୟକ,ସାଇଣ୍ଟଫିକ ଟିମ ଓ ମାଜିଷ୍ଟ୍ରେଟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ମୃତ ଦେହକୁ ସବ ବ୍ୟବଚ୍ଛେଦ ପାଇଁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ପୋଲିସ ଛାନବିନ୍ ତଦନ୍ତ ଆରମ୍ଭ କରିଛି।ସନିଆ ୪ ବର୍ଷ ହେବ ପ୍ରେମ ବିବାହ କରିଥିବା ବେଳେ ତାଙ୍କର ୨ ବର୍ଷର ଏକ ଝିଅ ଟିଏ ଅଛି।

ଶାଶୁ, ଶଶୁର, ସ୍ଵାମୀଙ୍କ ନିର୍ଯ୍ୟାତନା ସହି ନପାରି ବାପ ଘରକୁ ଆସିବା ପରେ ସ୍ଵାମୀ ଆସିନ ସାନିଆକୁ ଡାକି ନେବା, ଝୁଲାନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହେବା ନେଇ ଓ ସନ୍ଦେହ କରି ବିଭିନ୍ନ ପାରିପାର୍ଶ୍ବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୌତୁକ ପାଇଁ ସନିଆକୁ ହତ୍ୟା କରାଯାଇ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଦିଗରେ ପୋଲିସ ପ୍ରଶାସନ ମୃତ୍ୟୁ ସନିଆ ଙ୍କ ହତ୍ୟାକାରୀ ଙ୍କୁ ତଦନ୍ତ କରି ଗିରଫ୍ କରିବା ସହ ମୃତ୍ୟୁ କଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ପରିବାର ଲୋକେ ଦାବି କରିଛନ୍ତି।