କେସିଙ୍ଗା : ( ପ୍ରୀତେଶ ପଟେଲ )ଶ୍ରାବଣ ର ତୃତୀୟ ସୋମବାର ।ରାଜ୍ୟ ର ବିଭିନ୍ନ ଶୈବ ପୀଠରେ ଭକ୍ତ ଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି ।କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁଣ୍ଡାବନ୍ଧ ପଞ୍ଚାୟତ ର ଗୁର୍ଜିମଣ୍ଡା ଠାରେ ରହିଛି ମା ଯୋଗମାୟା ପୀଠ । ଏହି ପୀଠ ରେ ବର୍ଷ ତମାମ ଜନ ସମାଗମ ଦେଖିବାକୁ ମିଳୁଥିଲା ବେଳେ ଶ୍ରାବଣ ଋତୁ ରେ ଏହି ଭିଡ଼ ଅଧିକା ହୋଇଯାଏ ।ଏହି ପୀଠ କଳାହାଣ୍ଡି ଜିଲ୍ଲା ର ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ପ୍ରାକୃତିକ ପର୍ୟଟନସ୍ଥଳି ମଧ୍ଯ ଅଛି |
କଳାହାଣ୍ଡି,କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ଏବଂ ବହୁ ଦୂର ଦୁରାନ୍ତ ରୁ ଭକ୍ତ ମାନେ ଏଠାକୁ ଦର୍ଶନ ପାଇଁ ଆସିଥାନ୍ତି ।ଆଜି ଶ୍ରାବଣ ର ତୃତୀୟ ସୋମବାର ପରିଲକ୍ଷେ ଶିବ ଭକ୍ତ ଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି ।ସୋମବାର କୁ ଆଖି ଆଗରେ ରଖି ରବିବାର ରାତିରୁ ଭକ୍ତ ମାନେ ଧାଡ଼ି ଲଗାଇଥିବା ଦେଖିବାକୁ ମିଳିଛି ।ଏହି ପୀଠ କୁ ଲାଗି ରହିଛି ଦେବ ଗୁମ୍ଫା ।
ଏଠାରେ ମଧ୍ୟ ବହୁ ଭକ୍ତ ଙ୍କ ସମାଗମ ହୋଇଥାଏ ।ବିରିପୁଡ଼ା ପାହାଡ଼ ଉପରେ ରହିଛି ଉକ୍ତ ଦେବ ଗୁମ୍ଫା ।ବୋଲବମ୍ ନାରା ଓ ବାଜା ର କମ୍ପି ଉଠୁଛି ପୀଠ ପରିସର ।ନାଚ ଗୀତ ରରେ ମଶଗୁଲ୍ ହୋଇ ଭକ୍ତ ଶିବ ଦର୍ଶନ କରିବା ପାଇଁ ଯାଉଥିବା ଦେଖିବାକୁ ମିଳିଛି ।ଆଜି ଭକ୍ତଙ୍କ ପ୍ରବଳ ସମାଗମ କୁ ଆଖି ଆଗରେ ରଖି କେସିଙ୍ଗା ଏକ ଦନ୍ତ କମିଟି ପକ୍ଷରୁ ମନ୍ଦିର ପରିସର ମଧ୍ୟରେ ଜଳଖିଆ ର ବ୍ୟବସ୍ଥା କରାଯାଇଥିଲା । ଆସନ୍ତୁ ଶୁଣିବା ଶିବ ଭକ୍ତମାନେ କଣ କହୁଛନ୍ତି