ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ରେ କିଛିଦିନ ର ବ୍ୟବଧାନ ପରେ ପୁଣି ଝାଡ଼ାବାନ୍ତି ବ୍ୟାପୁଛି।ଖୁଣ୍ଟିଆ ପଞ୍ଚାୟତ ପିପଳପଡା ଗ୍ରାମ ର ପୋଟାପଡା ରେ ଝାଡ଼ାବାନ୍ତି ବ୍ୟାପୁଥିବା ଜଣାପଡିଛି।।କିଛିଦିନ ପୂର୍ବରୁ ଏହି ପଞ୍ଚାୟତ ର ବାର ବଖରା ରେ ଡାଇରିଆ ବ୍ୟାପି ଜଣେ ଆକ୍ରାନ୍ତ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହୋଇଥିଲେ। ତେବେ ପୁଣିଥରେ ସେହି ପଞ୍ଚାୟତ ର ପିପଳପଡା ରେ ଝାଡ଼ାବାନ୍ତି ବ୍ୟାପୁଥିବା ଦେଖିବାକୁ ମିଳିଛି। ତେବେ କୋକସରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶର୍ମିଳା ଛାତ୍ରୀଆ,ସ୍ୱାସ୍ଥ୍ୟ କର୍ମି ନୀଳମଣି ଖମାରି,ସ୍ୱାସ୍ଥ୍ୟ ପରିଦର୍ଶକ,କୃଷ୍ନା ଜିତ ସିଂ ରାଜପୁତ,ଫାର୍ମାସିଷ୍ଟ ଶୁଭେନ୍ଦୁ ପଣ୍ଡା,ଆଶା କର୍ମି ଓ କର୍ମଚାରୀ ମାନେ ପିପଳପଡା ଗାଁ ରେ ଆକ୍ରାନ୍ତ ରୋଗୀ ଙ୍କୁ ଚିକିତ୍ସା ଜାରି ରଖିଛନ୍ତି।
ତେବେ ଶନିବାର ପିପାଳପଡା ଗାଁ ର ଜଗତ ସୋରି(୩୫),ଖଗେଶ୍ବର ପୋଟା (୩୨)ପ୍ରମିଳା ପୋଟା(୩୦) ବାସନ୍ତୀ ପୋଟା(୨୮)ଅନିତା ଧରୁଆ(୨୮) ପିତାମ୍ବର ସୋରି(୮) ଙ୍କୁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ୨ଜଣ ରୋଗୀ ଙ୍କ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା କୁ ରେଫର ହୋଇଥିବା ଜଣାପଡିଛି। ପିପଳପଡା ଗାଁ ରେ ମଧ୍ୟ କିଛି ଆକ୍ରାନ୍ତ ରୋଗୀ ଚିକିତ୍ସା ଧୀନ ଅବସ୍ଥାରେ ରହିଥିବା ସୂଚନା ମିଳିଛି। ତେବେ ଝାଡ଼ାବାନ୍ତି ବ୍ୟାପିବାର ପ୍ରମୁଖ କାରଣ ଦୂଷିତ ପାନୀୟ ଜଳ ସେବନ ବୋଳି ସ୍ଵାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ପଡା ରେ ୩ ଗୋଟି ନଳକୂପ ରହିଥିବା ବେଳେ ଏହି ନଳକୂପ ର ପାଣି କୁ ପଡ଼ାବାସୀ ବ୍ୟବହାର କରୁଥିବା ଜଣାପଡିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁ ରେ ସଚେତନ କରିବା ସହ ଆକ୍ରାନ୍ତ ରୋଗୀ ଙ୍କ ଚିକିତ୍ସା ଜାରି ରହିଛି।