କେସିଙ୍ଗା ; (ପ୍ରୀତେଶ ପଟେଲ)ନିର୍ବାଚନ ପୂର୍ବରୁ ଲୋକଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ସରକାର ବିଭିନ୍ନ ଯୋଜନା କରନ୍ତି ।ତାହା କେତେ ସଫଳ ହୁଏ ତାହା ସରକାର ଙ୍କୁ ହିଁ ଜଣା।ସେହିଭଳି ଏକ ଯୋଜନା ହେଉଛି ଲକ୍ଷ୍ମୀ ବସ୍ ଯୋଜନା ।ଏହି ଯୋଜନା ଅନୁଯାୟୀ ସରକାର ଙ୍କ ଏକ ବସ୍ ଯାହାର ନାଁ ଦିଆଯାଇଛି ଲକ୍ଷ୍ମୀ ।ସେ ବସ୍ ଗୁଡ଼ିକ ବ୍ଲକ ମୁଖ୍ୟାଳୟ ରୁ ସମସ୍ତ ଗ୍ରାମ ପଞ୍ଚାୟତ କୁ ସଂଯୋଗ ହେବ,ମହିଳା ମାନଙ୍କ ପାଇଁ ମାତ୍ର ୫ ଟଙ୍କା ଓ ପୁରୁଷ ମାନଙ୍କ ପାଇଁ ମାତ୍ର ୧୦ ଟଙ୍କା ନିର୍ଧାରଣ କରାଯାଇଛି ।କିନ୍ତୁ ଏହା ଘୋଡ଼ା ୬ ଟଙ୍କା କୁ ଦାନା ୯ ଟଙ୍କା ଭଳି ମନେହେଉଛି ।

ଦିନକୁ ଯେତେ ଟଙ୍କା ଆୟ ହେଉଛି ତାଠୁ ଅଧିକା ଖର୍ଚା ହେଉଥିବା ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।କେସିଙ୍ଗା ବ୍ଲକ ର କୁଣ୍ଡାବନ୍ଧ ପଞ୍ଚାୟତ ବାସୀଙ୍କ ପାଇଁ ଲକ୍ଷ୍ମୀ ବସ୍ ସାତ ସପନ ଭଳି ମନେ ହେଉଛି ।ପଞ୍ଚାୟତ କୁ ଯିବା ପାଇଁ ଭଲ ରାସ୍ତା ଟେ ନ ଥିବାରୁ ବସ୍ ଯାଇପାରିନଥିବା ସୂଚନା ରହିଛି । ବୋରିଆ ପଞ୍ଚାୟତ ରୁ ଭାୟା ପଥର୍ଲା ,ବାହାଦୁର ପଦର ,ଗୌଡତୁଲା,ଗୁର୍ଜୀମୁଣ୍ଡା , ସିକେର୍ ପଡା ଦେଇ କୁଣ୍ଡାବନ୍ଧ୍ ପଞ୍ଚାୟତ ରେ ପହଞ୍ଚିବା କଥା କିନ୍ତୁ ପଥର୍ଲା ଉରୁ ପୋଲ ନିର୍ମାଣଧିନ ରହିଥିବା ବେଳେ ଗୌଡ଼ତୁଲା ଠାରୁ ରାସ୍ତା ଖରାପ ଯୋଗୁଁ ଯାଇ ପାରୁନି ଲକ୍ଷ୍ମୀ ବସ୍।ଏଠାରେ କହିବା ଅନିର୍ବାର୍ଯ୍ୟ ହେବ ଯେ ସରକାର ପ୍ରଥମେ ଭିତ୍ତିଭୂମି ନ ସଜାଡି ତରବରିଆ ଭାବେ ଲକ୍ଷ୍ମୀ ବସ୍ ଯୋଜନା କରିବା ଯୋଗୁଁ ଫେଲ ମାରିଲା ଏହି ଯୋଜନା ।

କେଉଁଠି ରାସ୍ତା ନାହିଁ ତ କେଉଁଠି ରାସ୍ତା ର ଅବସ୍ଥା ଶୋଚନୀୟ ବସ୍ ଗଡିବା ଅସମ୍ଭବ ,ତେଣୁ ପ୍ରଥମେ ସରକାର ରାସ୍ତା ଗୁଡ଼ିକ ଠିକ୍ କରନ୍ତୁ ଓ ତା ପରେ ବସ୍ ଚଳାଇବା ପାଇଁ ସାଧାରଣରେ ଦାବି ହେଉଛି ।ସୂଚନା ଅନୁଯାୟୀ ଲକ୍ଷ୍ମୀ ଯୋଜନା କେସିଙ୍ଗା ବ୍ଲକ ରେ ଆରମ୍ଭ ହେବା ଦୀନଠୁ ମାତ୍ର ଦୁଇ ଦିନ ଉକ୍ତ ରୁଟ୍ ରେ ବସ୍ ଚାଲିବା ପରେ ଆଉ ଆଉ ଯାଇନାହିଁ ।ଲୋକଙ୍କୁ ଭକୁଆ ବନେଇ ଯୋଜନା କରି ଭୋଟ ହାତଉ ଥିବା ବେଳେ ଲୋକେ ଯୋଜନା ଗୁଡ଼ିକର ସୁଫଳ ପାଇ ପାରୁନାହାନ୍ତି ।ପଥର୍ଲା ଓ କୁଣ୍ଡାବନ୍ଧ ପଞ୍ଚାୟତ ବାସି ଲକ୍ଷ୍ମୀ ଙ୍କୁ ଏନେଇ ବସିଥିବା ବେଳେ ,ଲକ୍ଷ୍ମୀ ଙ୍କ ବାଟ ଓଗାଁଲିଛି ନିମ୍ନ ମାନର ରାସ୍ତା ।କେବେ ରାସ୍ତା ଗୁଡ଼ିକ ଠିକ୍ ହେବ ଓ କେବେ ଲକ୍ଷ୍ମୀ ବସ୍ ଗାଁ ରେ ପହଞ୍ଚିବ ତାହାକୁ ଚାତକ ଭଳି ଅନେ଼ଇ ବସିଛନ୍ତି ଗ୍ରାମ ବାସି ।