କାଶୀପୁର : (ରୁ ଅଞ୍ଜନ କୁମାର ନାଏକ)ଟିକିରି ଥାନା ଅନ୍ତର୍ଗତ ସାନ ମାଟିକୋଣା ଗ୍ରାମରେ ଆଜି ଅପହରାଂହ ରେ ଜଣେ ମହିଳା ଙ୍କର ବଜ୍ରାଘାତ ରେ ମୃତ୍ୟୁ ହେଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେଇଛି ।

ଘଟଣା ରେ ମୃତା ମହିଳା ଜଣକ ହେଲେ ଗ୍ରାମର ଡମ୍ବୁରୁ ମାଝି ଙ୍କର ସ୍ତ୍ରୀ ହୋଇକ ମାଝି (୩୯)। ସେ ଆଜି ଦ୍ବୀପହର ସମୟ ରେ ଆମ୍ବ ଗୋଟେଇବାକୁ ଗାଁ ଉପର ତୋଟା କୁ ଯାଇଥିଲେ । କିଛିଦିନ ହେବ ଅଞ୍ଚଳ ରେ ପ୍ରାୟ ଦ୍ୱୀପହର ସମୟରେ କାଳବୈଶାଖୀ ଲାଗିରହିଛି ।

ଯାହା ଆଜି ଅପହରାନ୍ହ ରେ ହଠାତ ବର୍ଷା ଓ ପବନ ଆରମ୍ଭ ହେଇଯାଇଥିଲା । ଏଥିସହ ଘଡଘଡି ହେଉଥିଲା । ହେଲେ  ହୋଇକ ମାଝି ଆମ୍ବ ଗୋଟାଉଥିବା ସମୟ ରେ ତାଙ୍କ ଉପର କୁ ବଜ୍ରାଘାତ ପ୍ରକାପ ପଡିଯାଇଥିଲା  । ଖବର ପାଇ ଗାଁ ଲୋକେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପ୍ରାକୃତିକ ଚିକିତ୍ସା ଭାବେ ଗୋବର ଲେପନ କରିଥିଲେ ।

ଖବର ପାଇ ଟିକିରି ରାଜସ୍ପ ନିରୀକ୍ଷକ ବନମାଳୀ ସାହୁ ଘଟଣା ସ୍ଥଳରେ ପହଞ୍ଚି ପରବର୍ତ୍ତୀ ସମୟରେ ପରିବାର ଲୋକଙ୍କ ସହଯୋଗ ରେ ନିକଟ ଉଷପଡା ସ୍ଥିତ ଉତ୍କଳ ଆଲୁମିନା ମେଡ଼ିକାଲ ରେ ଭର୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘଷଣା କରିଥିଲେ । ବର୍ତ୍ତମାନ ଖବର ଲେଖା ସନ୍ଧ୍ୟା ୭ଟା ରେ ପରିବାର ଲୋକେ ଟିକିରି ଥାନାରେ ଏସମ୍ପର୍କ ରେ ଏକ ଅଭିଯୋଗ ଦେଇଥିବା ଜଣାପଡିଛି।