( ମେଡ଼ିକାଲ ସମ୍ମୁଖ ମୂଖ୍ୟ ଗେଟ ପାଖରେ କାର ପଶିଲା ଜୁସ ଦୋକାନ ଭିତରେ)

କେସିଙ୍ଗା :  (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଏନ୍ ଏଚ ୨୬ ରାସ୍ତା କଡ଼ରେ ଥିବା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ମୂଖ୍ୟ ଗେଟ ସମ୍ମୁଖରେ ରବିବାର ପ୍ରାୟ ଦିନ ୧୧ ଘଣ୍ଟା ସମୟରେ ଏକ ହୋଣ୍ଡାଇ ଆଇ ଟେନ କାର ଯାହାର ନମ୍ବର ଓ ଆର ୧୭  ଏଫ୍ ୭୨୭୬  ବେକାବୁ ହୋଇ ଗୋଟିଏ ଜୁସ ସେଣ୍ଟର ଭିତର କୁ ପଶିଯାଇଛି।

ଫଳରେ ଜୁସ୍ ଦୋକାନ ସମ୍ମୁଖ ରାସ୍ତାକଡ଼ରେ ସ୍ଥାନୀୟ କର୍ଲୁପଡ଼ା ଗାଆଁ ର ଅଞ୍ଜୁଲା ମହାନନ୍ଦ(୬୫) ନାମକ ଜଣେ ପନିପରିବା ବିକ୍ରି କରୁଥିବା ବୃଦ୍ଧା ଙ୍କୁ ଦଳି ଜୁସ ଦୋକାନ ଭିତରକୁ ପଶିଯାଇଥିଲା।ବୃଦ୍ଧା ଜଣକ ଗାଡ଼ି ତଳେ ରହିଯାଇ ଥିବା ଦେଖି ଆଖ ପାଖ ର ଦୋକାନୀ ସଙ୍ଗେ ସଙ୍ଗେ ଯାଇ ଗାଡ଼ି କୁ ଟେକି ବୃଦ୍ଧା ଙ୍କୁ ଗାଡ଼ି ତଳୁ ବାହାର କରି ମେଡ଼ିକାଲ କୁ ନେଇ ଥିଲେ।ବୃଦ୍ଧା ଙ୍କ ଗୋଡ଼ରେ ଓ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲା ମେଡ଼ିକାଲ ଭବାନୀପାଟଣା ଓ ତାପରେ ବୁର୍ଲା ମେଡିକାଲ ରେ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

ଜୁସ ଦୋକାନ ପୁରାପୁରି ଭାଙ୍ଗି ଯାଇଥିବା ବେଳେ ବିଚରା ଜୁସବାଲା ଅଳ୍ପକେବର୍ତ୍ତି ଯାଇଛି । ଜୁସବାଲାର ମଧ୍ୟ ଅନେକ କ୍ଷୟ କ୍ଷତି ହୋଇଛି।ଦୁର୍ଘଟଣା ସଙ୍ଗେ ସଙ୍ଗେ ଆଖ ପାଖ ଲୋକ ଡ୍ରାଇଭର କୁ ଧରି ଥିଲେ। ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି କାର କୁ ଓ ଡ୍ରାଇଭର ସମେତ ଗାଡ଼ି ଭିତରେ ବସିଥିବା ଆଉଜଣେ ବ୍ୟକ୍ତି ଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛି।