ଭୁବନେଶ୍ବର :  (ସଞ୍ଜୟ ମହାନ୍ତି )ସମ୍ବଲପୁର ଲୋକସଭା ଆସନର ଦୁଇ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରି ପରସ୍ପର ପ୍ରତି ଆରୋପ ଓ ପ୍ରତ୍ୟାରୋପ କରୁଥିବା ଦେଖିବାକୁ ମିଳୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।

୧୦ ବର୍ଷ ଧରି କେନ୍ଦ୍ର ମନ୍ତ୍ରୀ ପଦରେ ରହି ଓଡ଼ିଶା ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ। ଅନୁଗୁଳ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ତୁରଙ୍ଗ ପଡିଆରେ ପହଞ୍ଚି ପ୍ରଣବ କର୍ମୀ ସମ୍ମିଳନୀରେ ଉଦବୋଧନ ଦେବା ଅବସରରେ ସେ ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କରିଛନ୍ତି।

ଧର୍ମେନ୍ଦ୍ର ନିକଟ ରେ  ସମ୍ବଲପୁର ମହାନଗର ଆଖପାଖ ଅଂଚଳରେ ପାନୀୟ ଜଳ ସଂକଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ।ପ୍ରଣବ ସାମାଜିକ ଗଣମାଧ୍ୟମ ଜରିଅ‌ାରେ ଏହାର ପାଲଟା ଜବାବ ଦେଇଛନ୍ତି। ଚକାଚକ୍ ଦେଖାଯାଉଥିବା ବିଜୁ ଏକ୍ସ‌ପ୍ରେସ୍ ୱେ ଏବଂ ଖାଲଖମାରେ ଭର୍ତ୍ତି ୫୫ ନମ୍ବର ଜାତୀୟ ରାଜପଥର ଫଟୋ ସଂଲଗ୍ନ କରି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍‌ କରିଛନ୍ତି।