ନବରଙ୍ଗପୁର: ୬/୪ (ବେଣୁ ଗୋପାଳ ରାଓ)ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ପୂର୍ବତନ ପାପଡ଼ାହାଣ୍ଡି ବ୍ଲକ ଅଧ୍ୟକ୍ଷ ଲିଙ୍ଗରାଜ ଭତ୍ରା | ସେ ଆଜି ସନ୍ଧ୍ୟା ସମୟରେ ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବିଜେପିରେ ଯୋଗଦେଇଛନ୍ତି ।

ସେ କହିଛନ୍ତି ଯେ ବିଜେଡିର ସ୍ଥାନୀୟ ନେତା ତାଙ୍କୁ ଗୁରୁତ୍ବ ଦେଉନ‌ଥିବା ଉପଲବ୍ଧ କରିବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଛନ୍ତି। ସେ ଯୋଗଦେବା ବେଳେ ବହୁ ବିଜେପି ନେତା ଉପସ୍ଥିତ ରହିଥିଲେ। ପ୍ରକାଶ ଥାଉକି, ଆଜି ଅପରାହ୍ନରେ ଲିଙ୍ଗରାଜ ଭତ୍ରା ଏବଂ ତାଙ୍କ ପତ୍ନୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଭଗବତୀ ଭତ୍ରା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।