ଭୁବନେଶ୍ବର: ବିଜୁ ଜନତା ଦଳ ଆଜି  ତୃତୀୟ ପର୍ଯ୍ୟାୟରେ ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି।ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ତାଲିକା ଅନୁଯାୟୀ ରେଙ୍ଗାଲିରୁ ସୁଦର୍ଶନ ହରିପାଲ ଏବଂ ରାଉରକେଲାରୁ ଶାରଦା ନାୟକଙ୍କୁ ବିଜେଡି ଟିକଟ ପ୍ରଦାନ କରାଯାଇଛି।

ଭୁବନେଶ୍ବର ଜୟଦେବ ଆସନରେ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ନବକିଶୋର ମଲ୍ଲିକଙ୍କୁ ଦଳ ଟିକଟ ଦେଇଛି। ସେହିପରି ବୀରମିତ୍ରପୁର ପାଇଁ ରୋହିତ ଜୋଶେଫ ତିର୍କୀ, କେନ୍ଦୁଝରରୁ ମୀନା ମାଝି, ରାଇରଙ୍ଗପୁରରୁ ରାଇସିଂ ମୁର୍ମୁ, ବାଲେଶ୍ବରରୁ ସ୍ବରୂପ ଦାସ, ବାରବାଟି କଟକରୁ ପ୍ରକାଶ ବେହେରା ଓ ସାଲେପୁର ପାଇଁ ପ୍ରଶାନ୍ତ ବେହେରାଙ୍କୁ ବିଜେଡି ଟିକଟରେ ଲଢ଼ିବା ପାଇଁ ଦଳ ଟିକଟ ଦେଇଛି।