ଧର୍ମଗଡ ;  (ହେମନ୍ତ କୁମାର ମାଝୀ )ଧର୍ମଗଡର ଅଧିଷ୍ଟ୍ରତି ଦେବି ମାଁ ଭଣ୍ଡାରଘରେନ ଙ୍କ ମନ୍ଦିରରେ ପୂଜାର୍ଚନା କରି ମାଁ ଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି ଧର୍ମଗଡ ବିଜେପି ପ୍ରାର୍ଥୀ ସୁଧୀର ରଞ୍ଜନ ପଟ୍ଟଯୋଶୀ l ଶତାଧିକ କାର୍ଯ୍ୟକର୍ତାଙ୍କ ସହିତ ମାଁ ଭଣ୍ଡାରଘରେନ ମନ୍ଦିର ପହଞ୍ଚି ପୂଜାର୍ଚନା କରିବା ପରେ ଶୋଭାଯାତ୍ରା ଯାତ୍ରାରେ ବାହାରିଥିଲେ l

ଭ୍ରଷ୍ଟାଚାର, ଚାଷୀ ସମସ୍ୟା, ବିକାଶ ମୂଳକ କାର୍ଯ୍ୟ ପାଈଁ ସରକାର କୋଟି କୋଟି ଟଙ୍କା ଦେଉଥିଲେ ବି ପିସି କାରବାର ପାଈ ନିମ୍ନ ମାନର କାର୍ଯ୍ୟ କରି ଦୁର୍ନୀତି ହେଉଥିବା l ଏବଂ ବିଜେଡି ଲଗାତାର ଭାବେ ଶାସନ କରୁଥିଲେ ମଧ୍ୟ ବିକାଶ ହେଉ ନ ଥିବା ସହିତ ଧର୍ମଗଡ କୁ ଜିଲ୍ଲା ମାନ୍ୟତା ଦେବା ଭଲି ପ୍ରମୁଖ ମୁଦ୍ଦା ନେଇ ଜନସାଧାରଣ ପାଖକୁ ଯିବି ଏବଂ ଧର୍ମଗଡରେ ସୁଶାସନ ଚଳିବ ବୋଲି ଧର୍ମଗଡ ବିଜେପି ବିଧାୟକ ପ୍ରାର୍ଥୀ କହିଛନ୍ତି l