ବୌଦ୍ଧ-( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ମାଧପୁର ବନାଞ୍ଚଳ ରୁ ପୁରୀ କୁ ଗଲା ରଥ କାଠ l ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ଆଜି ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ଅନ୍ତର୍ଗତ ମୁଣ୍ଡେଶ୍ୱର ଜଙ୍ଗଲ ରୁ ରଥ ନିର୍ମାଣ ପାଇଁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ଓ ନାମ କୀର୍ତ୍ତନ କରି ରଥ କାଠ କଟା ଆରମ୍ଭ ହୋଇଥିଲା l ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପୁରୀ ଘୋଷ ଯାତ୍ରା ପାଇଁ ବଛା ବଛା ଅସିନ ଗଛ ୮୦  ଖଣ୍ଡ ଯିବା ପାଇଁ ଆଜି କଟା ଆରମ୍ଭ ହୋଇଥିଲା l

ଏହି ଅବସରରେ ବୌଦ୍ଧ ଡି ଏଫ ଓ ଦେବପ୍ରିୟ କମ୍ପ, ରେଞ୍ଜର ଆସିକ କୁମାର ଦିଗାଲ, ଫରେଷ୍ଟର ସୁନୀଲ ଖେତୀ, ସୁମନ୍ତ ମଲ୍ଲିକ, ସମସ୍ତ ଫରେଷ୍ଟ ଗାର୍ଡ ସମସ୍ତ ସ୍କାର୍ଡ ଙ୍କ ସହିତ ଆଖ ପାଖ ରୁ ବହୁ ଜନ ସାଧାରଣ ଉପସ୍ଥିତ ରହି ନାମ ସଂକୀର୍ତ୍ତନ କରିଥିଲେ l

ଯାହାକି ପବିତ୍ର ଧାମ ଶ୍ରୀ ଜଗନ୍ନାଥ ଙ୍କ ତିନି ରଥ ପାଇଁ ବୌଦ୍ଧ ବନ ଖଣ୍ଡ ରୁ ୨୦୧୮ ମସିହାରୁ ଲଗାତାର ଧଉଡ଼ା, ଅସିନ ଫାଶୀ କାଠ ବିଭିନ୍ନ ଫରେଷ୍ଟ ସେକସନ ଜଙ୍ଗଲରୁ ଯାଉଥିବାରୁ ଜ଼ିଲ୍ଲାବାସୀ ବେଶ ଧନ୍ୟ ମଣୁ ଛନ୍ତି ଏବଂ ପ୍ରତିବର୍ଷ ଆମ୍ଭ ଜ଼ିଲ୍ଲାରୁ କାଠ ଯାଇ ଘୋଷ ଯାତ୍ରା ରେ ଲାଗିବା ପାଇଁ ଭଗବାନ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି