ସୁବର୍ଣ୍ଣପୁର  : 27/12  (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାକୁ ଏନଏସି ଦାବୀରେ ୧୨ ଘଣ୍ଟିଆ ବନ୍ଦ ଡାକରା । ବନ୍ଦ ଡାକରା ଦେଇଛି ସୁବଳୟା କ୍ରିୟାନୁଷ୍ଠାନ କମିଟି। ଗତ ଶନିବାର ଦିନ ସରକାର ରାଜ୍ୟର ୩୪ ଗୋଟି ଏବଂ ପରଦିନ ପୁନର୍ବାର ବୀରମହାରାଜପୁରକୁ ଏନଏସି ଘୋଷଣା କଲାପରେ ଏବେ ସୁବଳୟାକୁ ଏନଏସି ଘୋଷଣା ଦାବୀ ଯୋର ଧରିଛି ।

ଏନେଇ ସୁବଳୟା କ୍ରୀୟାନୁଷ୍ଠାନ କମିଟୀ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଐତିିହାସିକ ସୁବଳୟା ସହର ରାଜା ରାଜୁଡା ଅମଳରେ ଏକ ମୁନିସିପାଲିଟି ଥିବାବେଳେ ଏବେ ସୁବଳୟାକୁ କାହିଁକି ଏନଏସି ମାନ୍ୟତା ଦିଆଯାଉନାହିଁ ବୋଲି ପ୍ରଶ୍ନ କରୁଛନ୍ତି ସ୍ଥାନୀୟ ଲୋକ ।

ତୁରନ୍ତ ରାଜ୍ୟ ସରକାର ସୁବଳୟାକୁ ଏନଏସି ଘୋଷଣା ନକଲେ ଆଗକୁ ଯୋରଦାର ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ସୁବଳୟାବାସୀ । ଆଜି ଜରୁରୀ ସେବାକୁ ବାଦ ଦେଇ ସମସ୍ତ ଦୋକାନ ବଜାର, ଗାଡ଼ି ମଟର ଚଳାଚଳ, ଅଫିସ୍ ଆଦି ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ କମିଟି ସଦସ୍ୟ ମାନେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି ।