Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଯାଜପୁର ରୋଡ଼ ରେ ଖୋଲିବ ବିଗ୍ ବଜାର

1468 0

ଯାଜପୁର: ଯାଜପୁର ଜିଲା ବ୍ୟାସନଗର ସହରରେ ଆସନ୍ତାକାଲି ବିଗ୍ ବଜାର ଖୋଲିବ । ପୈାରାଞ୍ଚଳର ଚୋରଦା ବାଇପାସ୍ ଠାରେ ଉତ୍କଳ ସେଣ୍ଟର ପଏଣ୍ଟ ଠାରେ ଏହା ଖୋଲିବାକୁ ଯାଉଥିବା ବେଳେ ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ସେଣ୍ଟର ପଏଣ୍ଟର ଉତ୍କଳ ସେଣ୍ଟରର ଚେୟାରମ୍ୟାନ ସୁବାଷ ଭୁରା ଏବଂ ମୁଖ୍ୟ ପରିଚାଳକ ଶରଦ ବୈଦ ସୂଚନା ଦେଇଥିଲେ । ଉତ୍କଳ ସେଣ୍ଟର ପଏଣ୍ଟରେ ସବୁ ଶ୍ରେଣୀର ଗ୍ରାହକଙ୍କ ଆବଶ୍ୟକତା ପୂରଣ ଏବଂ ଉନ୍ନତମାନର ଦୋକାନ ମାନ ଖୋଲିବ । କଳିଙ୍ଗନଗର ଶିଳ୍ପାଞ୍ଚଳ ଗଢି ଉଠିବା ପରେ ଏଠାରେ ଏକ ମଲର ଆବଶ୍ୟକତା ରହିଥିବା ବେଳେ ଉତ୍କଳ ସେଣ୍ଟର ପଏଣ୍ଟ ଏହାକୁ ପୂରଣ କରିବାକୁ ଯଥା ଉଦ୍ୟମ କରିଥିଲା ।

ସହରର ବିକାଶ ଘଟୁଥିବାରୁ ଉତ୍କଳ ବିଲଡ଼ର ଲିମିଟେଡ଼ ଆଧୁନିକ ସପିଂ ମଲ ଖୋଲିବାକୁ ଉଦ୍ୟମ କରିଥିଲା । ସପିଂ ମଲ ଖୋଲିବା ଫଳରେ ପ୍ରତ୍ୟକ୍ଷ ଭାବେ ୪ଶହ ବେକାର ଯୁବକ-ଯୁବତୀ ନିଯୁକ୍ତିର ସୁଯୋଗ ପାଇବାକୁ ଥିବା ବେଳେ ପରୋକ୍ଷରେ ହଜାର ହଜାର ବେକାର ଆର୍ଥିକ ସୁବିଧା ହାସଲ କରିପାରିବେ । ବ୍ୟାସନଗର କେବଳ କଳିଙ୍ଗନଗର ନୁହେଁ, କେନ୍ଦୁଝର, ଢେଙ୍କନାଳ ଏବଂ ଯାଜପୁର ଜିଲାର ବ୍ୟବସାୟୀକ କେନ୍ଦ୍ର ହୋଇଥିବାରୁ ଏହି ସପିଂମଲ ସମସ୍ତଙ୍କ ଆବଶ୍ୟକତା ପୂରଣ କରିପାରିବ । ଭୁବନେଶ୍ୱର ପରେ ବ୍ୟାସନଗର ମଲ ରାଜ୍ୟର ଦ୍ୱିତୀୟ ବୃହତ ମଲ ଭାବେ ପରିଗଣିତ ହେବ । ପଡ଼ୋଶୀ ଭଦ୍ରକ ଏବଂ ଅନ୍ୟଜିଲାର ଲୋକେ ଏହି ମଲ ସାମଗ୍ରିକ ଅର୍ଥନୈତିକ ବିକାଶରେ ସହାୟକ ହେବ । ଆଗାମି ଦିନରେ ଉତ୍କଳ ବିଲଡ଼ର ତାର ନିର୍ମାଣର ଶୈଳୀ ଅନୁଭୂବକୁ ପାଥେୟ କରି ଓଡ଼ିଶା ପ୍ରଗତିରେ ସହାୟକ ହେବ ବୋଲି ଶ୍ରୀ ଭୁରା ଏବଂ ଶ୍ରୀ ବୈଦ ପ୍ରକାଶ କରିଥିଲେ । ଆସନ୍ତାକାଲି ମଲକୁ ମନ୍ତ୍ରୀ ପ୍ରତାପ ଜେନା ଏବଂ କୋରେଇ ବିଧାୟକ ଅଶୋକ ବଳ ଉଦ୍‌ଘାଟନ କରିବେ ବୋଲି ସୂଚନା ଦେଇଥିଲେ ।

Facebook Notice for EU! You need to login to view and post FB Comments!

Related Post

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - May 9, 2022 0
ସୋନପୁର :(ଅଜିତ କୁମାର ପୂଜାହାରି) ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲା ସଦର ମହକୁମାସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି…

ଆଉ ଶୁଣିବାକୁ ମିଳିବ ନାହିଁ ପ୍ରସିଦ୍ଧ ସମ୍ବଲପୁରୀ କଣ୍ଠଶିଳ୍ପୀ ବୃନ୍ଦାବନ ନାଏକଙ୍କ ସ୍ବର

Posted by - February 3, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ପଶ୍ଚିମ ଓଡିଶା ର ପ୍ରସିଦ୍ଧ କଣ୍ଠଶିଳ୍ପୀ ବୃନ୍ଦାବନ ନାଏକଙ୍କ କଣ୍ଠରୁ ଆଉ ଶୁଣିବାକୁ ମିଳିବ ନାହିଁ ଉଜଲମତି ରାଧା ମାଇଁ ତ ପରି ହୃଦୟ…

ଜୁରାବନ୍ଦ ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ଆଦିବାସୀ ସଂରକ୍ଷଣ ଦାବୀରେ ଯୁବା ମଞ୍ଚର ବ୍ଳକ ଘେରାଉ

Posted by - January 4, 2022 0
ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର) ଆଦିବାସୀ ସଂରକ୍ଷଣ ଦାବୀ ନେଇବାଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଜୁରାବନ୍ଧ ଗ୍ରାମ ପଂଚାୟତର ଆଦିବାସୀ ଯୁବାମଞ୍ଚ ତରଫରୁ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ…

ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଛି ଦୁଇ ବର୍ଷ ର ଝିଅ

Posted by - August 25, 2020 0
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ମା ଏବଂ ସନ୍ତାନ ର ସମ୍ପର୍କ ଦୁନିଆ ର ସବୁଠୁ ଶ୍ରେଷ୍ଠ ସମ୍ପର୍କ ଭାବେ ବିବେଚିତ ହୋଇଥାଏ। ସନ୍ତାନ ବିନା ମା ଗୋଟେ ମୁହୂର୍ତ୍ତ…

ଭିନ୍ନକ୍ଷମ ଯୁବକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

Posted by - February 8, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଭିନ୍ନକ୍ଷମ ଯୁବକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ବରୀ ବ୍ଲକ କନ୍ତିଆ ଗାଁ…

Leave a comment

Your email address will not be published.