ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ନରହନ୍ତା ଦନ୍ତା ହାତୀ ପୁଣି ଫେରିଲା ଯାଜପୁର । ଆଜି ହାତୀକୁ ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲରୁ ଉଦ୍ଧାର କରି କଟକ କୁସୁନପୁର ଅଞ୍ଚଳ କୁ ବନ ବିଭାଗ ପକ୍ଷରୁ ନିଆଯାଉଥିବା ବେଳେ ବାଟରେ ଲୋକଙ୍କ ବିରୋଧର ସାମ୍ନା କରିବାକୁ ପଡିଥିଲା । ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳରେ ଗତ ଦଶଦିନ ଧରି ଉପଦ୍ରବ କରିବା ଫଳରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଲୋକେ ଆହାତ ହୋଇଥିଲେ। ନରହନ୍ତା ହାତୀର ଉପଦ୍ରବ ଦେଖି ଭୟରେ କଟକ ଜିଲ୍ଲାରେ ଏହାକୁ ବିରୋଧ କରାଯାଇଥିଲା ।
ଫଳରେ ବନ ବିଭାଗ ପକ୍ଷରୁ ହାତୀକୁ ଫେରାଇ ଆଣି ଚଣ୍ଡିଖୋଲ ସ୍ଥିତ ଏକ ଫାର୍ମ ହାଉସରେ ଛଡା ଯାଇଛି । ହାତୀର ଗୋଡ଼କୁ ଶିକୁଳିରେ ବନ୍ଧା ଯାଇ ତାର ଚିକିତ୍ସା ଜାରି ରହିଛି । ହାତୀଟି ସୁସ୍ଥ ହେବା ପରେ କୌଣସି ଜଙ୍ଗଲ କିମ୍ବା ନନ୍ଦନକାନନରେ ଛଡା ଯିବ ବୋଲି କୁହାଯାଉଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଠାରୁ ଅନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Facebook Notice for EU!
You need to login to view and post FB Comments!